ଡକ୍ଟରେଟ୍ ଉପାଧି ଦ୍ବାରା ସମ୍ମାନିତ ହେଲେ ସମାଜସେବୀ ତପନ କୁମାର ସାନା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଶିଷ୍ଠ ସମାଜ ସେବୀ ତଥା ବରିଷ୍ଠ ନାଗରିକ ତପନ କୁମାର ସାନାଙ୍କୁ ଆମେରିକାର ମେରିଲ୍ଯାଣ୍ଡ ଷ୍ଟେଟ ୟୁନିଭର୍ସିଟି ପକ୍ଷରୁ ହନୋରାରୀ ଡକ୍ଟରେଟ୍ ଉପାଧି ଦ୍ବାରା ସମ୍ମାନିତ କରାଯାଇଛି । ଗତ ୨୮ ତାରିଖରେ ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ଇନ୍ଦିରାପୁରମ ହାବିଟାଟ ସେଣ୍ଟରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତପନ ସାନାଙ୍କୁ ଡକ୍ଟରେଟ୍ ଉପାଧି ଦ୍ବାରା ସମ୍ମାନିତ କରାଯାଇଛି।

ତପନ କୁମାର ସାନାଙ୍କୁ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ସମ୍ମାନଜନକ ଡକ୍ଟରେଟ୍ ଅଫ ଫିଲୋସୋଫି ଡିଗ୍ରୀ ଉପାଧି ଦ୍ବାରା ସମ୍ମାନିତ କରାଯାଇଛି। ତପନ ସାନାଙ୍କ ସମେତ ଦେଶର ବିଭିନ୍ମ ପ୍ରାନ୍ତର ୫୦ରୁ ଉର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବର୍ଗରେ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ତପନ କୁମାର ସାନା ୧୯୯୦ ମସିହା ଠାରୁ ଏକ ଫ୍ଯାବ୍ରକିକେଶନ୍ କାରଖାନା ଚଲାଇ ଆସୁଥିବା ସହ ସମାଜସେବା ଓ ଧାର୍ମିକ ଓ ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ ସୁନାମ ରହିଛି।

ସମ୍ବନ୍ଧିତ ଖବର