କଟକ: ବର୍ଷା ଋତୁ ଆସିଲେ କୌଣସି ସ୍ଥାନକୁ ଗଲେ ସାଙ୍ଗରେ ଛତା/ ରେନକୋର୍ଟ ନେଇ ଯିବାକୁ ହୋଇଥାଏ। ତେବେ ଦିନକୁ ଦିନ ଗ୍ରାହକଙ୍କ ପସନ୍ଦ ବଦଳୁଛି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବର୍ଷା ଋତୁ ଆସିଲେ ବଜାରକୁ ଭଳି କି ଭଳି ରେନକୋର୍ଟ ଓ ଛତା ବି ଆସିଥାଏ।

Advertisment

ଚଳିତ ଥର ବଜାରକୁ ନୂଆ ଆସିଛି ପକେଟ ରେନ-କୋର୍ଟ। ଏହି ରେନକୋର୍ଟକୁ ଯେକୌଣସି ଲୋକେ ଅତି ସହଜରେ ଗୁଡ଼ାଇ ନିଜ ପକେଟରେ ରଖି ପାରିବେ। ଏଥିସହିତ ଏହା ପିନ୍ଧିବା ପାଇଁ ବି ବହୁତ ହାଲୁକା ଲାଗିଥାଏ। ପକେଟ ରେନକୋର୍ଟ ମୂଲ୍ୟ ମାତ୍ର ୪୦ଟଙ୍କା ରହିଛି ବୋଲି ବ୍ୟବସାୟୀ ଅକାଶ କହିଛନ୍ତି।

ଆକାଶ କହିଛନ୍ତି ଚଳିତ ବର୍ଷ ଆସିଥିବା ରେନକୋର୍ଟ ଟ୍ରେଣ୍ଡି ଲୁକ ଦେବା ସହିତ ବହୁତ ହଲୁକା ରହିଛି। ଏହି କ୍ରମରେ ଯେଉଁମାନେ ଶାଢ଼ି ପିନ୍ଧି ବର୍ଷା ସମୟରେ ବାହାରକୁ ବାହାରୁଛନ୍ତି ସେମାନଙ୍କ ପାଇଁ ସ୍କର୍ଟ-ଟପ ରେନକୋର୍ଟ ଆସିଛି।
ସେହିପରି ଝିଅମାନଙ୍କ ପାଇଁ ପ୍ଲାଜେ-ଟପ ଓ ପୁଲିସମାନଙ୍କ ପାଇଁ ସ୍ବତନ୍ତ୍ର ଶୈଳୀରେ ତିଆରି ରେନକୋର୍ଟ ବଜାରକୁ ଆସିଛି। ଯାହାର ଚାହିଦା ଅଧିକ ରହିଛି ବୋଲି କୁହାଯାଉଛି।

ଏତଦବ୍ୟତୀତ କାର ଛତା ଓ କପୁଲମାନଙ୍କ ପାଇଁ ହାର୍ଟ ଆକୃତି ଛତା ବି ଆସିଛି। କାର ଛତା କହିଲେ ଆପଣ କାରରୁ ଓହ୍ଲାଇ ଛତା ଧରି କୌଣସି ସ୍ଥାନକୁ ଯାଇଛନ୍ତି। ଆଉ କାମ ସାରି ଆସିଲା ପରେ ଓଦା ଛତା କାର ଭିତରେ ରଖିବାକୁ ପଡ଼ିଥାଏ। ଏହି କାରଛତାର ସ୍ବତନ୍ତ୍ର ହେଉଛି ଏହାକୁ ବନ୍ଦ କରିବା ପରେ ଏଥିରୁ ପାଣି ସମ୍ପୂର୍ଣ୍ଣ ଭାବେ ନିଗିଡ଼ି ଯାଇଥାଏ। ଆଉ ଆପଣଙ୍କ କାର ଭିତରେ ପାଣି ପଡ଼ି ଅପରିଷ୍କାର ହୋଇ ନଥାଏ।

ଏତଦ ବ୍ୟତୀତ ଲାଇଟ ୱେଟ ରେନ-କୋର୍ଟର ବି ଚାହିଦା ରହିଛି। ଏହାକୁ ପିନ୍ଧିଲେ ଆପଣଙ୍କୁ ଆଦୌ ଅନୁଭବ ହେବ ନାହିଁ କି ଆପଣ ରେନକୋର୍ଟ ପିନ୍ଧିଛନ୍ତି ଭଳି। ସେହିପରି ଏସି ରେନକୋର୍ଟକୁ ବି ଲୋକେ ଅଧିକ ପସନ୍ଦ କରୁଛନ୍ତି। ସାଧାରଣତଃ ରେନକୋର୍ଟ ପିନ୍ଧିଲେ ଝାଳ ବାହାରିଥାଏ। କିନ୍ତୁ ଏସି ରେନକୋର୍ଟ ପିନ୍ଧିଲେ ଏଭଳି ସମସ୍ୟା ରହି ନଥାଏ।