ପାୱାର ଟିଲର ଚୋରି ମାମଲା: ଜଣେ ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ସଉରାଗୁଡା ଅଂଚଳର ଜଣେ ଚାଷୀଙ୍କର ଜମିରୁ ପାୱାର ଟିଲର ଚୋରି ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସକୁ ମିଳିଛି ସଫଳତା। ପୁଲିସ ଚୋରି ହୋଇଥିବା ପାୱାର ଟିଲରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ, ସଉରାଗୁଡା ଅଂଚଳର ଜଣେ ଚାଷୀ ନିଜ ଜମିରେ ପାୱାର ଟିଲର ରଖିଥିଲେ।

ଏହାକୁ କୁନ୍ଦ୍ରା ବ୍ଲକର ମାଝିଗୁଡା ଗାଁର ଖଗପତି ହରିଜନ (୨୪)ନାମକ ଅଭିଯୁକ୍ତ ଓ ସହଯୋଗୀ ଚୋରି କରି ନେଇଥିଲେ। ଜୟପୁର ସଦରଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଖଗପତିକୁ ଧରିବା ସହ ତା ନିକଟରୁ ଚୋରି ହୋଇଥିବା ପାୱରଟିଲରକୁ ଜବତ କରିଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଅତିଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ବି ଧରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର