ପୌର କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ବୟଂସହାୟକ ଗୋଷ୍ଠୀ ମହିଳା

ଆନନ୍ଦପୁର: ବାରମ୍ବାର ଦାବିପରେ କେହି ନଶୁଣିବାରୁ ଶେଷରେ ଆନନ୍ଦପୁର ମ୍ୟୁନିସିପାଲିଟି ୩ ନମ୍ବର ୱାର୍ଡ଼ର ଏସ୍ଏଚଜି ମହିଳାମାନେ ଆଜି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ତାଲା ପକାଇବାପରେ ମହିଳାମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ସୂଚନା ଅନୁସାରେ ୩ ନମ୍ବର ୱାର୍ଡ଼ ଗ୍ରୁପ୍ ସଂଯୋଜକ ନିଯୁକ୍ତିରେ ଅନିୟମିତତା ୱାର୍ଡ଼ରେ ଜାଗା ମିସନ ମାଧ୍ୟମରେ ମିଳିଥିବା ଘରବାଡ଼ି ପଟ୍ଟା ପ୍ରଦାନରେ ତ୍ରୁଟି ସମ୍ପର୍କରେ ବାରମ୍ବାର ମହିଳାମାନେ ଅଭି‌ଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ଫଳରେ ଅତିଷ୍ଠ ହୋଇ ମହିଳାମାନେ ଶେଷରେ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ସେଠାରେ ଉପସ୍ଥିତ ଥିବା ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ବାହାରେ ଥିବା ପୌର ଅଧିକାରୀ ଆସନ୍ତା ସୋମବାର ଏନେଇ ବୁଝିବାପାଇଁ ଫୋନ୍ ଯୋଗେ ପ୍ରତିଶ୍ରୁତି ଦେବାପରେ ମହିଳମା‌ନେ ଆନ୍ଦୋଳନରୁ ଓହରିଥିଲେ। ସୋମବାର ସମାଧାନ ନହେଲେ ପୁଣି ସେମାନେ ତାଲା ପକାଇବେ ବୋଲି ମହିଳାମାନେ କହିଛନ୍ତି।

ସମ୍ବନ୍ଧିତ ଖବର