ସୁନ୍ଦରଗଡ଼ରେ ଅଦିନିଆ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ୩ ଦିନ ହେଲା ସୁନ୍ଦରଗଡ଼ରେ ଅଦିନିଆ ବର୍ଷା ଲାଗି ରହିଛି। ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଆଜି ସମସ୍ତ ସ୍କୁଲକୁ ଦିନିକିଆ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ନର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୂଚୀତ କରି ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ।

ସୋମବାରଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଲାଗି ରହିଥିଲା ମେଘୁଆ ପାଗ। ରାତିରେ ମାଡ଼ି ଆସିଥିଲା ଅଦିନିଆ ବର୍ଷା। ମଙ୍ଗଳବାର ଠାଏ ଠାଏ ଓ ବୁଧବାର ସକାଳୁ ସନ୍ଧ୍ୟା ଯାଏ ଝିପିଝିପି ବର୍ଷିଥିଲା। ମଙ୍ଗଳବାର ୫୧. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ୫୭.୮୦ ମିଲିମିଟରେ ପହଞ୍ଚିଥିଲା। ଜିଲ୍ଲା ଜରୁରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ହେମଗିର ବ୍ଲକରେ ୨ ମିଲିମିଟର ବର୍ଷା ହୋଇଛି। ଲେଫ୍ରିପଡ଼ାରେ ୫.୧୦ ମିମି, ଟାଙ୍ଗରପାଲିରେ ୪ ମିମି, ସୁନ୍ଦରଗଡ଼ ସଦରରେ ୩.୮୦ ମିମି, ସବଡେଗାରେ ୪.୮୦ ମିମି, ବାଲିଶଙ୍କରାରେ ୨.୪୦ ମିମି, ବଡ଼ଗାଁରେ ୩.୪୦ ମିମି, କୁତ୍ରାରେ ୩.୬୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜଗାଙ୍ଗପୁରରେ ୩ ମିମି, କୁଆରମୁଣ୍ଡାରେ ୩.୨୦ ମିମି, ନୂଆଗାଁରେ ୪.୨୦ ମିମି, ବିଶ୍ରାରେ ୪.୧୦ ମିମି, ଲାଠିକଟାରେ ୫.୨୦ ମିମି, ବଣାଇରେ ୩.୨୦ ମିମି, ଗୁରୁଣ୍ଡିଆରେ ୨ ମିମି, କୋଇଡ଼ାରେ ୧.୮୦ ମିମି ଓ ରାଉରକେଲାରେ ୨ ମିଲମିଟର ବର୍ଷା ହୋଇଛି।

ସମ୍ବନ୍ଧିତ ଖବର