ରାଜାବଗିଚା ପରେ ବାଦାମବାଡି ଛକ: ଫାଟିଲା ପାଣି ପାଇପ, ରାସ୍ତା ଜଳାର୍ଣ୍ଣବ

କଟକ: ରାଜ୍ୟର ଐତିାହାସିକ ସହର ‘କଟକ’ର ରାଜାବଗିଚା ପରେ ବାଦାମବାଡ଼ି ଛକରେ ପୁଣି ପାଣି ପାଇପ ଫାଟିଛି। ପାଣି ପାଇପ ଫାଟିବାରୁ ରାସ୍ତା ଉପରେ ପାଣିର ସୁଅ ଛୁଟିଥିଲା। ଫଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା। ସେପଟେ ବାଦାମବାଡି କଟକର ପ୍ରମୁଖ ରାସ୍ତା ହୋଇଥିବାରୁ ରାସ୍ତାରେ ଯାତାୟାତ କରିବାକୁ ଅସୁବିଧା ହୋଇଥିଲା। ଘଟଣାସ୍ଥଳରେ ପିଡବ୍ଲ୍ୟୁଡି ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗତ କିଛିଦିନ ତଳେ ରାଜାଗବିଚା ଅଞ୍ଚଳରେ ପାଣି ପାଇପ ଫାଟି କୃତ୍ରିମ ଝରଣା ସୃଷ୍ଟି ହୋଇଥିଲା। ଏହାପରେ ସେଠାରେ ପିଡବ୍ଲ୍ୟୁଡି ଅଧିକାରୀ ପହଞ୍ଚି ସ୍ଥିତି ସୁଧାରି ଥିଲେ। ତେବେ ଏହି ଘଟଣାକୁ ସପ୍ତାହେ ନପୁରୁଣ ଏବେ ପୁଣି ବାଦାମବାଡ଼ିରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଘଟଣା ପରେ ଏବେ କର୍ତ୍ତୃପକ୍ଷ ପ୍ରଶ୍ନର ପାହାଡ ଉପରେ ଛିଡା ହୋଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, କଟକର ଏହି ସବୁ ପ୍ରମୁଖ ରାସ୍ତାରେ କାହିଁକି ଫାଟୁଛି ପାଣି ପାଇପ? ତେବେ ପାଇର ଯଦି ପୁରୁଣା ହୋଇଯାଇଛି ଏନେଇ ସିଏମସି ଏବଂ ପିଡବ୍ଲ୍ୟୁଡି କାହିଁକି ତଦାରଖ କରୁନାହାନ୍ତି? ଅବଶ୍ୟ ଏକ ଦୁର୍ଘଟଣା ହୋଇନଥିଲେ ମଧ୍ୟ ସହରର ଜନଗହଳିପୂର୍ଣ୍ଣ ଦୁଇଟି ଦୁଇଟି ସ୍ଥାନରେ କିଛି ଦିନର ବିରତି ମଧ୍ୟ ଆକସ୍ମିକ ଭାବେ ଫାଟିଥିବା ପାଇପ ଯୋଗୁଁ ଯଦି ଜୀବନ ଯାଇଥାନ୍ତା, ଉତ୍ତର ଦାୟୀ କିଏ ହୋଇଥାନ୍ତା?

ସମ୍ବନ୍ଧିତ ଖବର