ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ ଫେକ୍‌’ ଭିଡିଓ ମାମଲାରେ ବିହାରର ଜଣେ ଯୁବକଙ୍କୁ ଜେରା କଲା ପୁଲିସ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ ଫେକ୍‌’ ଭିଡିଓ ପ୍ରସଂଗରେ ଦିଲ୍ଲୀ ପୁଲିସ ବିହାରର ୧୯ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ପଚରାଉଚରା କରିଛି ବୋଲି ଅଧିକାରୀମାନେ ବୁଧବାର ସୂଚନା ଦେଇଛନ୍ତି।
ପୁଲିସ ସନ୍ଦେହ କରୁଛି ଯେ ଯୁବକ ପ୍ରଥମେ ଏହି ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ ଏବଂ ପରେ ଏହାକୁ ଅନ୍ୟ ପ୍ଲାଟଫର୍ମରେ ବହୁଳ ଭାବରେ ସେୟାର କରିଥିଲେ।

ଏହି ଘଟଣାରେ ପ୍ରଥମେ ତାଙ୍କ ଆକାଉଣ୍ଟରୁ ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବାରୁ ତାଙ୍କୁ ଏହି ଅନୁସନ୍ଧାନରେ ଯୋଗଦେବାକୁ ନୋଟିସ୍ ଦିଆଯାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି।

ନଭେମ୍ବର ୧୦ ତାରିଖରେ, ଭାରତୀୟ ଦଣ୍ଡ ସଂହିତା ଧାରା ୪୬୫ ଏବଂ ୪୬୯ ଏବଂ ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫ୍‌ଏସ୍‌ଓ) ରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୬ସି ଏବଂ ୬୬ଇ ଅନୁଯାୟୀ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା।
ତେବେ ମଙ୍ଗଳବାର ପୁଲିସ କହିଛି ଯେ ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଧରାପଡ଼ିଥିବା ଯୁବକ ଜଣକ କହିଛନ୍ତି ଯେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓ ଡାଉନଲୋଡ୍ କରିଥିଲେ। ହେଲେ ବି ପୁଲିସ୍‌ ତାଙ୍କୁ ପଚରାଉଚରା କରୁଛି।

ଅଧିକାରୀ କହିଛନ୍ତି ଯେ ବିହାରର ମୂଳ ବାସିନ୍ଦା ଏହି ଯୁବକଙ୍କୁ ଆଇଏଫଏସଓ ୟୁନିଟରେ ହାଜର ହେବାକୁ ଏବଂ ତାଙ୍କ ମୋବାଇଲ ଫୋନ ଆଣିବାକୁ କୁହାଯାଇଥିଲା, ଯାହା ଭଡିଓ ଭିଡିଓ ଅପଲୋଡ କରିବା ପାଇଁ ବ୍ୟବହୃତ ହୋଇଥିଲା।
ଏକ ଏଫ୍‌ଆଇଆର୍‌ ପଞ୍ଜୀକରଣ କରିବାର କିଛି ସମୟ ପରେ, ଆଇଏଫ୍‌ଏସ୍‌ଓ ୟୁନିଟ୍ ମଧ୍ୟ ମେଟାକୁ ଲେଖି ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ୟୁଆର୍‌ଏଲ୍‌ ଓ ଅନ୍ୟାନ୍ୟ ବିବରଣୀ ମାଗିଥିଲା।

ସମ୍ବନ୍ଧିତ ଖବର