ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠାକୁ ଆଉ କିଛି ସମୟ ବାକିଥିବା ବେଳେ ଭାବବିହ୍ବଳ ହେଲେ ଟେଲି ଧାରାବାହିକର ରାମ ଓ ସୀତା

ଅଯୋଧ୍ୟା: ନବେ ଦଶକର ସବୁଠାରୁ ଲୋକପ୍ରିୟ ଟିଭି ସୋ ‘ରାମାୟଣ’ ଆଜି ବି ଲୋକଙ୍କ ମନରେ ସେହିପରି ରହିଛି। ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପହଞ୍ଚି ସାରିଛନ୍ତି।

ଅରୁଣ ଗୋଭିଲ କହିଛନ୍ତି, ‘ବେଳେବେଳେ କ’ଣ ହେଉଛି ମୁଁ କିଛି ବୁଝି ପାରୁନାହିଁ। ଭାବି ନଥିଲି ଏମିତି ହେବ। ରାମଙ୍କ ପ୍ରତି ଦେଶରେ ଏତେ ଉର୍ଜା ହେବ, ରାମମନ୍ଦିର ପାଇଁ ଲୋକେ ଏକାଠି ହୋଇଯିବେ। ରାମ ମନ୍ଦିର ପାଇଁ ପ୍ରତ୍ୟେକ ଲୋକ ସଂଘର୍ଷ କରିଛନ୍ତି। ଲକ୍ଷାଧିକଲୋକ ବଳିଦାନ ଦେଇଛନ୍ତି। ଆଜି ସେହି ସମୟ ଆସିଛି। ଏହି ସମୟର ଆନନ୍ଦ କେମିତି ଉଠାଇବି କିଛି ବୁଝି ପାରୁନାହିଁ। ସବୁକିଛି ସ୍ବପ୍ନ ଭଳି ଲାଗୁଛି। ଏହି ଅନୁଭବ ବହୁତ ବଡ଼। ଆତ୍ମା ଖୁସି ହୋଇଯାଉଛି। ଆଖି ଲୁହରେ ଭରି ଯାଉଛି।

ଦୀପିକା ଚିଖଲିଆ କହିଛନ୍ତି,‘ ଏହି ସମୟ ଆସିବ ମୁଁ ଜାଣିଥିଲି। କିନ୍ତୁ ଏଥିରେ ମୁଁ ଯୋଡ଼ି ହେବି ଜାଣି ନଥିଲି। ଖୁବ ଖୁସିର ମୁହୂର୍ତ୍ତ। ସମଗ୍ର ଦେଶ ସହିତ ଦେଶ ବାହାରେ ବି ରାମଙ୍କ ଭକ୍ତି ଦେଖି ମୁଁ ଭାବବିହ୍ବଳ ହୋଇପଡ଼ୁଛି।’

ଜାନୁଆରି ୧୭ ତାରିଖରେ ଅଯୋଧ୍ୟାରେ ପହଞ୍ଚି ସାରିଥିବା ବେଳେ ଇଣ୍ଟରନେଟରେ ଅରୁଣ ଗୋଭିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲାହିରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେମାନେ ପାରମ୍ପାରିକ ହଳଦିଆ ଏବଂ ନାଲି ରଙ୍ଗର ପୋଷାକରେ ଅଯୋଧ୍ୟା ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି। ଦୀପିକାଙ୍କୁ ଏକ ସୁନ୍ଦର ଲାଲ୍ ରଂଗର ଶାଢ଼ିରେ ଦେଖିବାକୁ ମିଳିଥିବା ବେଳେ ଅରୁଣ ଏବଂ ସୁନୀଲଙ୍କୁ ପାରମ୍ପାରିକ ହଳଦିଆ କୁର୍ତ୍ତାରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର