ରାସନ ସାମଗ୍ରୀ ଆଣିବାକୁ ଯାଇଥିଲେ ବୃଦ୍ଧା, ଶବ ହୋଇ ଘରକୁ ଫେରିଲେ

ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ଟଳି ପଡ଼ିଲେ

ରାଇରଙ୍ଗପୁର: ମୟୂରଂଭଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଅଁଳାଯୋଡ଼ି ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବୃଦ୍ଧା ପଞ୍ଚାୟତକୁ ରାସନ ସାମଗ୍ରୀ ଅଣିବାକୁ ଯାଇ ଟଳି ପଡ଼ିଛନ୍ତି।

ସୂଚନା ଅନୁଯାୟୀ ଅଁଳାଯୋଡ଼ି ଗ୍ରାମପଞ୍ଚାୟତର ଅଁଳାଯୋଡ଼ି ଗ୍ରାମର ଶିବାନୀ ଗଂଜୁ(୬୦) ରାସନ ସାମଗ୍ରୀ ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ଭିଡ଼ ଥିବାରୁ ବହୁତ ସମୟ ପର୍ଯ୍ୟନ୍ତ ଚାଉଳ ନପାଇ ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ସେ ସେଠାରେ ଟଳିପଡ଼ିଥିଲେ। କିଛି ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ବୃଦ୍ଧା ଜଣକ ଧାଡିରେ ଛିଡ଼ା ହେବା ଯୋଗୁଁ ଥକି ଯାଇ ତଳେ ପଡ଼ି ଯାଇଥିବାର ସନ୍ଦେହ କରାଯାଉଛି। ପଂଚାୟତରବାସୀଙ୍କ ଅଭିଯୋଗ ଯେ ଗୋଟିଏ ଦିନରେ ୩/୪ ଟି ଗାଁକୁ ରାସନ ସାମଗ୍ରୀ ଆଣିବା ପାଇଁ ଡକାଯାଉଛି ଫଳରେ ବୃଦ୍ଧବୃଦ୍ଧାମାନଙ୍କୁ ବହୁ ସମୟ ପର୍ଯ୍ୟନ୍ତ ଲମ୍ବା ଧାଡିରେ ଛିଡ଼ା ହେବାକୁ ପଡୁଛି। ଏ ସମ୍ବନ୍ଧରେ ବହଳଦା ଥାନା ଅଧିକାରୀ ପ୍ରଦୀପ କୁମାର ଦାସ ଓ ଅଁଳାଯୋଡି ପିଇଓ ଦାସମତୀ ପୂର୍ତିଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ସେ ଜାଣିନଥିବା ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ୨୦୨୨ ଜୁନ ୪ରେ ମଧ୍ୟ ଅଁଳାଯୋଡ଼ି ପଂଚାୟତ କାର୍ଯ୍ୟଳୟରେ ଜଣେ ମହିଳା ଚାଉଳ ଆଣିବାକୁ ଯାଇ ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ଟଳି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଯଥାଶିଘ୍ର ପଂଚାୟତ କାର୍ଯ୍ୟଳୟରେ ବୃଦ୍ଧ/ବୃଦ୍ଧାଙ୍କ ନିମନ୍ତେ ତାଙ୍କ ଘରକୁ ରାସନ ସାମଗ୍ରୀ ପହଂଚାଇବାକୁ ଦାବି କରିଛନ୍ତି ଅଂଚଳବାସୀ।

ସମ୍ବନ୍ଧିତ ଖବର