ଅଯୋଧ୍ୟା: ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି | ବିଶେଷ କଥା ଯେ ଏହି କଳାକୃତିକୁ ବିଶ୍ୱ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ଦ୍ୱାରା ଭଗବାନ ଶ୍ରୀ ରାମଙ୍କ ବୃହତ୍ତମ ବାଲୁକା କଳାକୃତିର ପ୍ରମାଣପତ୍ର ମଧ୍ୟ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ଲଳିତ କଳା ଏକାଡେମୀର ନିର୍ଦ୍ଦେଶକ ଶ୍ରଦ୍ଧା ଶୁକ୍ଲାଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉ କି ଯେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ଦଳ ସହିତ ଏହାକୁ ନିର୍ମାଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
#WATCH | Uttar Pradesh CM Yogi Adityanath takes a selfie with a sand sculpture depicting Lord Ram and the Ram temple at Ram Katha Park in Ayodhya, Uttar Pradesh pic.twitter.com/hR2BnJMigZ
— ANI (@ANI) January 21, 2024
ଏଥିରେ ତାଙ୍କ ସହଯୋଗୀ ସନ୍ତୋଷ କୁମାର ନାୟକ, ବୁଲୁ ମହାନ୍ତି, ଜିତେନ୍ଦ୍ର, ପ୍ରମୋଦ ବିଶ୍ୱାଳ, ମହେଶ୍ୱର, କେନି କାୱାସି ଏବଂ ବାନାମ୍ବର ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସୁଦର୍ଶନ ପଟ୍ଟନାୟକଙ୍କ ଦଳ ୫୫ ଫୁଟ ଲମ୍ବ, ୩୫ ଫୁଟ ଚଉଡା, 23 ଫୁଟ ଉଚ୍ଚ ବାଲୁକା ମୂର୍ତ୍ତି ତିଆରି କରିଥିଲେ। ୫୦୦ ବର୍ଷ ପରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଏବେ ସାରା ଦେଶ ଉତ୍ସବମୂଖ ହୋଇପଡିଛି | ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ |