ଆଜି ମୁକ୍ତିଲାଭ କରୁଛି ବାବୁସାନଙ୍କ ନିବେଦିତ ଓଡ଼ିଆ ସିନେମା ‘ଫାଲଗୁନ ଚୈତ୍ର’

ଭୁବନେଶ୍ବର: ବଡ଼ ପରଦାକୁ ଆସୁଛି ଏ ବର୍ଷର ବହୁପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଫାଲଗୁନ ଚୈତ୍ର’। ଏହା ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଏହି ସିନେମା ଓଡ଼ିଶା ବ୍ୟତୀତ ଅଷ୍ଟ୍ରେଲିଆ, ଜର୍ମାନୀ ଓ ମାଲେସିଆ ଆଦି ଦେଶରେ ବି ଏହା ରିଲିଜ୍ ହେଉଛି। ଏହା ଏକ ମୌଳିକ କାହାଣୀ ଉପରେ ଆଧାରିତ ସିନେମା ହୋଇଥିବାରୁ ଦର୍ଶକ ଏହାର ଅପେକ୍ଷାରେ ଥିବା କୁହାଯାଉଛି।

ଏହି ସିନେମାରେ ପାର୍ଥସାରଥୀ, ଅନନ୍ୟା, ବି.ଏମ୍ ବୈଶାଳୀ, ସୁକାନ୍ତ ରଥ, ଭାସ୍ବତୀ ବସୁ ଓ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଶକ୍ତି ଜଗଦେବ ଏହାର ନିର୍ମାତା। ପ୍ରଖ୍ୟାତ ଅଭିନେତା ବାବୁସାନ୍ ମହାନ୍ତି ଏହାର ସହ ପ୍ରଯୋଜକ ଓ ନିବେଦକ। ପିନାକୀ ସିଂହ ଓ ଶିଶିର କୁମାର ସାହୁ ‘ଫାଲଗୁନ ଚୈତ୍ର’ର ନିର୍ଦେଶନା ଦେଇଛନ୍ତି। ଡକ୍ଟର ସୁଲଗ୍ନା ମହାନ୍ତିଙ୍କ ରଚିତ କାହାଣୀ ଆଧାରରେ ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରଣବ ପ୍ରସନ୍ନ ରଥ। ଅଭିଷେକ-ଏଶାନ୍ କୌଶିକ ଏହାର ସଙ୍ଗୀତକାର। ସ୍ଥିତ ପଟ୍ଟନାୟକ ଓ ଜେପି ୱର୍ଡସ୍ମିଥ୍ ଏହି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର