ମନ୍ଦିର ଭିତରେ ଚଷମା ପିନ୍ଧି ଝାଡୁ ମାରିଲେ କଙ୍ଗନା, ଟ୍ରୋଲ କଲେ ଲୋକେ

ମୁମ୍ବାଇ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଆସନ୍ତାକାଲି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶବାସୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଏହି ବଡ଼ ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଅତିଥିଙ୍କ ସୂଚୀରେ ରହିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସେ ଅଯୋଧ୍ୟାରେ ପହଞ୍ଚି ସାରିଥିବା ବେଳେ ରାମ ମନ୍ଦିର ପୂର୍ବରୁ ‌ସେ ଅଯୋଧ୍ୟାରେ ଥିବା ହନୁମାନ ଗଢ଼ୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।  ଏହି ସମୟରେ ସେ ମନ୍ଦିର ପରିସର ଝାଡ଼ୁ କରିଥିବା ଦେଖିବାକୁ ମିଳିଥିଲା।

ତେବେ ଝାଡ଼ୁ କରିବା ସମୟରେ ସେ କଳା ଚଷମା ପିନ୍ଧିଥିବାରୁ ତାଙ୍କୁ ଟ୍ରୋଲ କରିଛନ୍ତି ଲୋକେ। ଜଣେ ସୋସିଆଲ ମିଡିଆ‌ ବ୍ୟବହାରକାରୀ ଲେଖିଛନ୍ତି, ଚଷମା ତ କାଢ଼ି ଦେଇଥାନ୍ତ ଭଉଣୀ। ଅନ୍ୟ ଜଣେ ଲେଖିଛନ୍ତି, ମନ୍ଦିର ଭିତରେ ଚଷମା ପିନ୍ଧିବା ଜରୁରୀ କି?

 

ସମ୍ବନ୍ଧିତ ଖବର