‘ସ୍ବାମୀଙ୍କ ମୃତ୍ୟୁ ପରେ ପଡ଼ିଶାଲୋକ ମୁହଁ ଚାହାନ୍ତି ନାହିଁ, ମୋତେ ଦେଖିଲେ ଘରେ ପଶି ଯାଆନ୍ତି’: ଅଭିନେତ୍ରୀ ଲିନା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ  ଅଭିନେତ୍ରୀ ଲିନା ଚନ୍ଦାବରକର ଆଜି ତାଙ୍କ ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ୬୦ରୁ ୭୦ ଦଶକର ଅଭିନେତ୍ରୀ ଲିନା ଅନେକବର୍ଷ ହେବ ଅଭିନୟ ଦୁନିଆରୁ କେଉଁଆ‌ଡେ ଉଭେଇ ଯାଇଛନ୍ତି।

ଲିନା କିଶୋର କୁମାରଙ୍କ ଚତୁର୍ଥ ସ୍ତ୍ରୀ । ତାଙ୍କ ଗୀତ ‘ଜାନେଁ କିୟୁଁ ଲୋଗ ମୋହବ୍ବତ କିୟା କରତେ ହେଁ’କୁ ଆଜି ବି ଲୋକେ ଖୁବ ପସନ୍ଦ କରନ୍ତି। ଲିନାଙ୍କ ସିନେମା ଜୀବନ ଖୁବ ସ୍ବଳ୍ପ ଥିଲା। ଏହା ସତ୍ତ୍ବେ ବି ସେ ଯେତିକି ଦିନ ସିନେମା ଦୁନିଆରେ ରହିଥି‌ଲେ, ଅନେକ ଲୋକପ୍ରିୟତା ସାଉଁଟିଥିଲେ । କିନ୍ତୁ ଲିନାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ, ବହୁତ ସଂଘର୍ଷଭରା ରହିଛି।

ଲିନାଙ୍କ ବିବାହ ପ୍ରଥମେ ୨୫ବର୍ଷ ବୟସରେ ଗୋଆର ମୁଖ୍ୟମନ୍ତ୍ରୀ ଥିବା ଦୟାନନ୍ଦ ବାନ୍ଦୋଡକରଙ୍କ ପୁଅ ସିଦ୍ଧାର୍ଥଙ୍କ ସହିତ ହୋଇଥିଲା। ବିବାହ ପରେ ଲିନା ବହୁତ ଖୁସି ଥିଲେ, ହନିମୁନ ଯିବାକୁ ଦୁହେଁ ପ୍ରସ୍ତୁତି ହେଉଥିବା ବେଳେ ସିଦ୍ଧାର୍ଥ ଭୁଲ ଔଷଧ ଖାଇ ଦେଇଥିଲେ। ଯାହାଫଳରେ କି ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଅଭିନେତ୍ରୀ ଲିନା ଏକ ସାକ୍ଷାତକାରରେ କହିଥିଲେ କି,‘ସିଦ୍ଧାର୍ଥ ୬ମାସ ହସ୍ପିଟାଲରେ ରହିଥି‌ଲେ। ତାଙ୍କ ଶରୀର ଅବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥାଏ। ସେହି ସମୟରେ ଅନେକ ଲୋକ ମୋତେ କଟୁ କଥା କହିଥିଲେ। ଏମିତି କି ମୋ ମୁହଁ ଚାହିଁଲେ ତାଙ୍କ ଦିନ ଭଲରେ କଟେ ନାହିଁ ବୋଲି ବି ମୋତେ ଶୁଣାଇ ଶୁଣାଇ କହିଥିଲେ ପଡ଼ିଶାରେ ରହୁଥିବା ଲୋକେ।

ସିଦ୍ଧାର୍ଥଙ୍କ ମୃତ୍ୟୁର କିଛିବର୍ଷ ପରେ ମୋର ବିବାହ କିଶୋର କୁମାରଙ୍କ ସହିତ ହୋଇଥିଲା। ଏହାପରେ ସୁମିତ କୁମାର ନାମରେ ମୋର ପୁତ୍ର ସନ୍ତାନ ହୋଇଥିଲା। ପୁଅ ଜନ୍ମପରେ ମୁଁ ଅଭିନୟ ଦୁନିଆରୁ ବିରତି ନେଇ ଗୀତ ଲେଖିବା ଆରମ୍ଭ କରିଥିଲି।’

ସମ୍ବନ୍ଧିତ ଖବର