ଐଶ୍ବର୍ଯ୍ୟାଙ୍କ ପରେ ପୁଣିଜଣେ ଅଭିନେତ୍ରୀଙ୍କୁ ଥଟ୍ଟା କଲେ ପାକ କ୍ରିକେଟର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗତମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ବିୟୁଟି କୁଇନ ତଥା ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏଙ୍କ ନାମକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି ବୟାନ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ସେ କ୍ଷମା ମାଗିଥିଲେ।

ଏହି ଘଟଣା ଭଳି ସମାନ ଘଟଣା ଆଉ ଜଣେ ଅଭିନେତ୍ରୀଙ୍କ ସହ ଘଟିଛି। ଅଭିନେତ୍ରୀ ନିନା ଗୁପ୍ତା ତଥା ତାଙ୍କ ପୂର୍ବତନ ସ୍ବାମୀଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଓ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜ ଥଟ୍ଟା କରିଛନ୍ତି।

ପାକିସ୍ତାନର ଟେଲିଭିଜନ ସୋ’କୁ ଅତିଥି ଭାବେ ଆସିଥିବା ଜଣେ ମହିଳା ଅଭିନେତ୍ରୀ ନିନା ଗୁପ୍ତା ଓ ତାଙ୍କ ପୂର୍ବତନ ସ୍ବାମୀଙ୍କ ମଜାକ ଉଡ଼ାଇ କହିଥିଲେ, ‘ଯିଏ ନିଜକୁ ମଲଇକା-ଏ-ଆଲିଆ ଭାବିଥାଏ ତାଙ୍କୁ ମିଳିଥାଏ ମିଷ୍ଟର କାଲିଆ। ଅତିଥିଙ୍କ ଏହି ଅଭଦ୍ରାମୀ ସାଏରିକୁ ଶୁଣିବା ପରେ ରମିଜ ରାଜା ପରିହାସ କରି ହସିଥି‌ଲେ।

ପ୍ରଶଂସକଙ୍କୁ ରମିଜ ରାଜାଙ୍କ ଏଭଳି ସ୍ବଭାବ ଆଦୌ ପସନ୍ଦ ଆସିନାହିଁ। ବାପା ଓ ମା’ଙ୍କୁ ଥଟ୍ଟା କରିବା ଘଟଣାକୁ ନେଇ ଝିଅ ମସାବା ଗୁପ୍ତା ରମିଜ ରାଜାଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ‘ମୋ ବାପା, ମା’ ଓ ମୋ ଭିତରେ ଯେଉଁ ଗୁଣ ଅଛି ତାହାର ୧ ପ୍ରତିଶତ ବି ତୁମ ମଧ୍ୟରେ ନାହିଁ। ଟେଲିଭିଜନରେ ମୋ ମା’ଙ୍କୁ ଓ ରଙ୍ଗଭେଦଭାବକୁ ନେଇ ଥଟ୍ଟା କରିବା ଘଟଣା ତୁମକୁ ମହଙ୍ଗା ପଡ଼ିବ। ମୁଁ ତୁମକୁ ଛାଡ଼ିବି ନାହିଁ।’

ସମ୍ବନ୍ଧିତ ଖବର