ଅନେକ ବର୍ଷ ପରେ ନିଜର ପ୍ରେମିକାଙ୍କୁ ମନେ ପକାଇ ମିଥୁନ କହିଲେ ଏଭଳି ଭାବବିହ୍ବୋଳ କଥା…

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀ ନିଜର ଦାମଦାର ଅଭିନୟ ପାଇଁ ଆଜି ବି ଚର୍ଚ୍ଚାରେ ରହିଛନ୍ତି। ଅଭିନେତା ନିଜର କ୍ୟାରିୟରରେ ୧୨ରୁ ଅଧିକ ସୁପରହିଟ ସିନେମା ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛନ୍ତି। ନିକଟରେ ମିଥୁନ ‘ସା ରେ ଗା ମା ପା’ରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସୋ’ରେ ନିଜର ଭଲପାଇବା ଓ ବିଚ୍ଛେଦ ବିଷୟରେ ଖୋଲାଖୋଲି ଭାବେ ଅଭିନେତା ଆଲୋଚନା କରିଥିଲେ।

ମିଥୁନ ସୋ’ରେ କହିଥିଲେ, ‘ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋର ପ୍ରେମବିଚ୍ଛେଦ ପରେ ମୁଁ ସୁପରଷ୍ଟାର ହୋଇଯାଇଥିଲି। ପ୍ରତ୍ୟେକ ଲୋକଙ୍କ ଜୀବନରେ ଏମିତି କିଛି ପରିସ୍ଥିତି ଆସିଥାଏ, ଯେଉଁ ପରିସ୍ଥିତି ଆମକୁ  କିଛି ଶିକ୍ଷା ଦେଇ ଚାଲିଯାଇଥାଏ।  ଉକ୍ତ ଶିକ୍ଷା ଆମର ପରବର୍ତ୍ତୀ ଜୀବନରେ ଅନେକ କାମରେ ବି ଆସିଥାଏ। ମୋର ଆପଣମାନଙ୍କୁ ଗୋଟିଏ କଥା ଭଲ ପାଇବା ଏକ ଭଲ କଥା, କିନ୍ତୁ ଯେଉଁମାନେ ଭଲ ପାଇବ‌ାରେ ଅନ୍ଧ ହୋଇଯାଉଛନ୍ତି ତାହା ଭଲ ନୁହେଁ।

‌ଭଲପାଇବାରେ ଧୋକା ଖାଇବା ପରେ ମୁଁ ଭାଙ୍ଗି ପଡ଼ିଥିଲି। ସେତେବେଳେ ମୋର ଭବିଷ୍ୟତ ବୋଲି କିଛି ନଥିଲା। ନାଖାଇବାକୁ ଥିଲା ନାମୁଣ୍ଡଘୁଞ୍ଚିବା ପାଇଁ ଘର ଥିଲା।

ଅନେକ କଷ୍ଟ ସହିବା ପରେ ମନକୁ ଦୃଢ଼ କଲି। ଆଉ କେବଳ ମୋର ଲକ୍ଷ୍ୟ ପଥରେ ଆଗେଇ ଚାଲିଲି। ଯେଉଁଥିପାଇଁ ଆଜି ମୁଁ ଏହି ସଫଳତା ପାଇଛି। ବିଚ୍ଛେଦର ଅନେକ ବର୍ଷ ପରେ ମୁଁ ଯାହାଙ୍କୁ ଭଲ ପାଉଥିଲୁ ତାଙ୍କୁ ଟ୍ରେନରେ ଭେଟିଥିଲି। ସେ କିନ୍ତୁ ମୋ ଠାରୁ ଲୁଚି ଯିବାକୁ ଚେଷ୍ଟା କରୁଥିଲେ। ମୁଁ ତାଙ୍କ ପାଖକୁ ଯାଇ ମୋତେ ଛାଡ଼ି ଚାଲି ଯାଇଥିବାରୁ ଧନ୍ୟବାଦ ‌ଜଣାଇ ଫେରି ଆସିଥିଲି।’

ସମ୍ବନ୍ଧିତ ଖବର