ମୋ ପକ୍ଷରୁ କୌଣସି ଅଭିଯୋଗ ନାହିଁ; ପତ୍ନୀଙ୍କ ସହ ବିବାଦ ମଧ୍ୟରେ ଏଭଳି କହିଲେ ନୱାଜ୍

ମୁମ୍ବାଇ: କିଛି ମାସ ହେଲାଣି ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତା ତାଙ୍କ ପତ୍ନୀଙ୍କ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ନୱାଜଙ୍କ ଉପରେ ତାଙ୍କ ପତ୍ନୀ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ। ଏମିତି କି ଘର କଳି କୋର୍ଟରେ ଯାଇ ପହଞ୍ଚିଥିଲା। କିନ୍ତୁ କିଛି ଦିନ ତଳେ ଆଲିଆ ନୱାଜଙ୍କ ସହ ହୋଇଥିବା ସମସ୍ୟାର ସମାଧାନ କରିବାକୁ ଇଚ୍ଛ‌ାପ୍ରକାଶ କରିଥିବା ଦେଖାଯାଇଥିଲା। ସେ ଅତୀତକୁ ଭୁଲି ନୂଆ ଆରମ୍ଭ କରିବାକୁ ଚାହୁଁଥିବା ଇନଷ୍ଟାରେ ପୋଷ୍ଟ କରି କହିଥିବା ବେଳେ ପରେ ସେ ଏହାକୁ ଡିଲିଟ୍ କରିଥିଲେ।

ଆଲିଆଙ୍କ ପୋଷ୍ଟ ପରେ ଏବେ ନୱାଜଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ମୋର ପତ୍ନୀ ଆଲିଆଙ୍କୁ ନେଇ କୌଣସି ଅଭିଯୋଗ ନାହିଁ। ମୁଁ କେବଳ ଚାହ‌େଁ ମୋ ପିଲାମାନେ ପୁଣି ଥରେ ସ୍କୁଲ ଯାଇ ପାଠ ପଢ଼ନ୍ତୁ। ସେମାନଙ୍କ ଭବିଷ୍ୟତକୁ ନେଇ ମୁଁ ଚିନ୍ତିତ। ଆଉ ରହିଲା ଗୁଜବ କଥା, ଯାହାକୁ ଆପଣ ରୋକିପାରିବେ ନାହିଁ। ଅତୀତରେ ଏହା ମଧ୍ୟ ଘଟିଛି ଯେ ଜଣକୁ ଖଳନାୟକ କରିବା ପାଇଁ ଜାଣିଶୁଣି ଗୁଜବ ପ୍ରଚାର କରାଯାଇଛି। ଯେଉଁଭଳି ଭାବରେ ଗୁଜବ ବ୍ୟାପିଥାଏ, ଲୋକମାନେ ଏହାକୁ ବିଶ୍ୱାସ କରିବା ଆରମ୍ଭ କରନ୍ତି। ସତ୍ୟ ପଦାକୁ ଆସିବା ବେଳକୁ କ୍ୟାରିଅର୍ ଶେଷ ହୋଇଯାଇଥାଏ। ଏଭଳି ବୟ‌ାନ ଦେଇ ସେ ନିଜ ପତ୍ନୀଙ୍କ ଉପରେ ଗୁଜବ ପ୍ରଚାର କରିବାର ଆରୋପ ଲଗାଇଥିବା ଚର୍ଚ୍ଚା ହେଉଛି।

ତେବେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ତାଙ୍କୁ ସୁଧୀର ମିଶ୍ରାଙ୍କ ଫିଲ୍ମ ‘ଅଫୱା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଆଗକୁ ଖୁବ୍ ଶୀଘ୍ର ତାଙ୍କୁ ଯୋଗୀରା ସାରା ରାରାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର