ଗର୍ଭବତୀ ଥିବାରୁ ୭୨ ଘଣ୍ଟା ମଧ୍ୟରେ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ ନେହା ଧୁପିଆ

ନୂଆଦିଲ୍ଲୀ: ନେହା ଧୁପିଆ ବଲିଉଡଥ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ। ସେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ନେହା ଅଧିକାଂଶ ସମୟରେ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ଏବଂ ପିଲାମାନଙ୍କ ସହିତ ଆକର୍ଷଣୀୟ ଚିତ୍ର ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ନେହା ନିଜ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ କଥାର ଖୁଲାସା କରିଛନ୍ତି। ସେ ବିବାହ ପୂର୍ବରୁ ଗର୍ଭବତୀ ଥିବା କଥା ଗଣମାଧ୍ୟରେ ଖୋଲାଖୋଲି କହିଥିବା ବେଳେ ତାଙ୍କ ଗର୍ଭଧାରଣ ବିଷୟରେ ଜାଣିବା ପରେ କିପରି ତାଙ୍କ ବାପାମାଅ‌ା ଆଦୌ ବି ବିବ୍ରତ ହୋଇନଥିଲେ ସେ ବିଷୟରେ ମଧ୍ୟ କହିଛନ୍ତି।
ଟାଇମ୍ସ ନାଓ ଡିଜିଟାଲକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ଅଙ୍ଗଦ ବେଦୀଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ହେବା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ନେହା କହିଛନ୍ତି, ‘ଆମର ଏକ ସାଧାରଣ ବିବାହ ହୋଇନଥିଲା। ମୁଁ ବିବାହ ପୂର୍ବରୁ ଗର୍ଭବତୀ ଥିଲି। ତେଣୁ, ଯେତେବେଳେ ମୁଁ ଯାଇ ଏ ବିଷୟରେ ମୋ ବାପାମାଆଙ୍କୁ ଖବର ଦେଇଥିଲି ସେମାନେ ଏକଦମ ସାଧାରଣ ପ୍ରତିକ୍ରିୟା ଦେଇଥିଲେ। ସେମ‌ାନେ କହିଥିଲେ ଏହା ଖୁବ୍‌ ଭଲ କଥା। ମାତ୍ର ୭୨ ଘଣ୍ଟା ମଧ୍ୟରେ ମୋତେ ବିବ‌ାହ କରିବାକୁ ସମୟ ଦେଇଥିଲେ।

 

 

View this post on Instagram

 

A post shared by Neha Dhupia (@nehadhupia)

ନେହା ୨୦୧୮ ମସିହା ମେ ୧୦ ତାରିଖରେ ଗୁରୁଦ୍ୱାରଠାରେ ଏକ ବ୍ୟକ୍ତିଗତ ସମାରୋହରେ ଅଭିନେତା ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ। ଯାହା ପରେ ଅଭିନେତ୍ରୀ ନଭେମ୍ବରରେ ତାଙ୍କ ଝିଅ ମେହେର ଧୁପିଆ ବେଦୀଙ୍କୁ ଜନ୍ମ ଦେଇଥିଲେ। ଏହି ଦମ୍ପତିଙ୍କର ଗୁରିକ ସିଂହ ନାମରେ ଏକ ପୁତ୍ର ମଧ୍ୟ ରହିଛି।

ସମ୍ବନ୍ଧିତ ଖବର