ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଜୟ ପଟ୍ଟନାୟକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କେତେକ ହାତଗଣତି ଓଡ଼ିଆ ଛବିରେ ଅଭିନୟ କରିଥିଲେ, ମାତ୍ର ବହୁ ଟେଲି ଧାରାବାହିକରେ ନଜର ଆସିଥିଲେ।

Advertisment

ଅଭିନେତା ବିଜୟ ପଟ୍ଟନାୟକ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ପ୍ରଥମ ବ୍ୟାଚ୍ ର ଛାତ୍ର ଥିଲେ ବୋଲି ତାଙ୍କ ବନ୍ଧୁ ତଥା ପ୍ରଖ୍ୟାତ ନି‌ର୍ଦ୍ଦେଶକ ପ୍ରଣବ ଦାସ ସୂଚନା ଦେଇଛନ୍ତି। ବିଜୟଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡରେ ଶୋକର ଛାୟା ଖେଳିଯାଇଛି।