ଧରମ ଭଉଣୀଙ୍କୁ ଲଞ୍ଚ୍‌ କରିବେ ସଲମାନ୍‌ ଖାନ୍‌

ମୁମ୍ବାଇ: ବଲିଉଡର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଏବେ ଆଉ ଜଣେ ନୂଆ ନାୟିକାଙ୍କୁ ଲଞ୍ଚ୍‌ କରିବେ ବୋଲି ଜଣାଯାଇଛି। ଏହି କଳାକାର ଜଣକ ହେଲେ ସଲମାନ୍‌ ଖାନ୍‌ଙ୍କର ଧରମ ଭଉଣୀ ଶ୍ୱେତା ରୋହିରା।ଶ୍ୱେତା ଅଭିନେତା ପୁଲକିତ ସମ୍ରାଟଙ୍କୁ ୨୦୧୪ରେ ଗୋଆରେ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଏହି ବିବାହ ଉତ୍ସବରେ ସଲମାନ୍‌ ଖାନ୍‌ ଉପସ୍ଥିତ ଥିଲେ। ବିବାହର କିଛି ଦିନ ପରେ ପୁଲକିତ ଓ ଶ୍ୱେତାଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। ଏହାକୁ ନେଇ ସଲମାନ୍‌ ଖାନ୍‌ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ୱେତାଙ୍କ ସହ ବ୍ରେକ୍‌ ଅପ୍‌ ହେବା ପରେ ପୁଲକିତ ସମ୍ରାଟଙ୍କୁ କୌଣସି ବିଗ୍‌ ବ୍ୟାନର ଫିଲ୍ମରେ ଆଉ ସୁଯୋଗ ମିଳି ନାହିଁ।


ଶ୍ୱେତା ରୋହିରା ଏହା ଭିତରେ ଅଭିନୟ ପାଇଁ ପ୍ରଶିକ୍ଷଣ ନେଲେ। ସଲମାନ୍‌ ଶ୍ୱେତାଙ୍କୁ ଏବେ ବଡ଼ ପରଦାରେ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଲେଣି। ସଲମାନ୍‌ ଖାନ୍‌ ପ୍ରଡକସନ୍‌ସ ଏବେ ଶ୍ୱେତାଙ୍କୁ ଲଞ୍ଚ୍‌ କରିବାକୁ ଭଲ କାହାଣୀ ଖୋଜୁଥିବା ଜଣାଯାଇଛି।ଖୁବ୍‌ ଶୀଘ୍ର ଏହାର ଟାଇଟଲ ଘୋଷଣା ହେବ।

ସମ୍ବନ୍ଧିତ ଖବର