ଶେଷ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭୂମିକାରେ ନଜର ଆସିବେ ସତୀଶ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ମୃତ୍ୟୁ ବେଳକୁ ସତୀଶଙ୍କୁ ୬୭ ବର୍ଷ ହୋଇଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଦିନ ଦିଲ୍ଲୀର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଅଭିନେତାଙ୍କ ମୃତଦେହକୁ ଶେଷ ରୀତିନୀତି ପାଇଁ ମୁମ୍ବାଇକୁ ଅଣାଯାଇଥିଲା।

ଏବେ ବଲିଉଡ ତାଙ୍କୁ ଝୁରି ହେଉଥିବା ବେଳେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ପରଦା ଉପରେ ସମସ୍ତଙ୍କୁ ହସାଉଥିବା ସତୀଶ କୌଶିକ ଏବେ ସମସ୍ତଙ୍କୁ କନ୍ଦାଇ ଦେଇ ଆରପାରିକୁ ଚାଲିଯାଇଛନ୍ତି। ତେବେ ସେ ଚାଲିଯାଇଥିଲେ ବି ନିଜ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଉପହାର ଛାଡ଼ିଯାଇଛନ୍ତି। ମୃତ୍ୟୁ ପରେ ତାଙ୍କର ଏକ ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଛତରିୱାଲି’ରେ ସେ ନଜର ଆସିଥିଲେ। ଫିଲ୍ମରେ ଅଭିନେତା ରତନ ଲାମ୍ବା ଭୂମିକ‌ାରେ ଅଭିନୟ କରିଥିଲେ।

Kangana Ranaut introduces her last character Satish Kaushik as Jagjivan Ram in Emergency

ବର୍ତ୍ତମାନ ଅଭିନେତାଙ୍କର ଆଉ ଏକ ଚଳଚ୍ଚିତ୍ର ରିଲିଜ ଅପେକ୍ଷାରେ ରହିଛି। ତାହା ହେଉଛି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’। ୧୯୭୫-୭୬ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ଭାରତରେ ଉପୁଜିଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଏହି ଫିଲ୍ମ ଆଧାରିତ। ଶେଷ ଥର ପାଇଁ ଏହି ଚଳଚ୍ଚିତ୍ରରେ ସତୀଶଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସତୀଶ ପ୍ରତିରକ୍ଷା ମନ୍ତ୍ରୀ ଜଗଜୀବନ ରାମ ଭୂମିକାରେ ନଜର ଆସିବେ।

ସମ୍ବନ୍ଧିତ ଖବର