ଅମ୍ବାନିଙ୍କ ପାର୍ଟିରେ ଯୋଗ ‌ଦେବାକୁ ଯାଇଥିବା ବେଳେ ହାତରେ ସାପ ଧରାଇ ଶାହରୁଖଙ୍କୁ କରାଗଲା ସ୍ବାଗତ

ନୂଆଦିଲ୍ଲୀ: ଇଶା ଅମ୍ବାନି ଓ ଆନନ୍ଦ ପିରାମଲଙ୍କ ଯାଆଁଳା ସନ୍ତାନ କୃଷ୍ଣା ଓ ଆଦିୟାଙ୍କ ଜନ୍ମଦିନ ଭୋଜିର ଆୟୋଜନ ଗତସନ୍ଧ୍ୟାରେ ମୁମ୍ବାଇରେ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିନେମା ଦୁନିଆ ସହିତ ଖେଳ ସାମ୍ରାଜ୍ୟର ବି ଅନେକ ସେଲିବ୍ରିଟି ଯୋଗ ଦେବାକୁ ପହଞ୍ଚିଥିଲେ।

ଅମ୍ବାନିଙ୍କ ଏହି ଭୋଜିରେ କିୟାରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା, କଟ୍ରିନା କୈଫ, ଅନନ୍ୟା ପାଣ୍ଡେ, ଆଦିତ୍ୟ ରାଏ କପୁର, କରିସ୍ମା କପୁର, କରଣ ଜୋହର, ତାରା ସୁତାରିୟା, ଅର୍ପିତା ଖାନ, ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନି, କୃତି ସେନନ, ନୁପୁର ସେନନ, କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟା ବି ନିଜନିଜ ପରିବାରବର୍ଗଙ୍କ ସହିତ ସ‌ାମିଲ ହୋଇଥିଲେ। ଏହି ପାର୍ଟିରେ ବଲିଉଡର କିଙ୍ଗ୍ ଖାନ ବି ସାମିଲ ହୋଇଥିଲେ।

କୃଷ୍ଣା ଓ ଆଦିୟାଙ୍କ ଜନ୍ମଦିନ ଭୋଜିରେ ସାମିଲ ହୋଇଥିବା ଶାହରୁଖଙ୍କୁ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏହି ଭିଡିଓରେ ଶାହରୁଖ ତାଙ୍କର ଟିମ ଓ ରାଧିକା-ଅନନ୍ତ ଅମ୍ବାନିଙ୍କ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

 

ଏହି ସମୟରେ  ଅନନ୍ତ ଶାହରୁଖଙ୍କ ସହିତ କଥା ହେଉଥିବା ବେଳେ ତାଙ୍କ ହାତରେ ଏକ ସ‌ାପ ଧରାଇ ଦେଉଛନ୍ତି। ଶାହରୁଖ ଯେମିତି ହିଁ ଏହି ସାପକୁ ଧରୁଛନ୍ତି ପଛରୁ ଅନ୍ୟଜଣେ ବ୍ୟକ୍ତି ଶାହରୁଖଙ୍କ ଗଳାରେ ଆଉ ଏକ ସାପକୁ ଆଣି ପକାଇ ଦେଉଛନ୍ତି। ଏହାପରେ ଶାହରୁଖ ଦୁଇଟି ସାପ ସହିତ କ୍ୟାମେରାମ୍ୟାନଙ୍କ ସାମ୍ନାରେ ଫଟୋ ଉଠାଇବାକୁ ପୋଜ୍ ଦେଉଛନ୍ତି।

ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରି ନଥିଲା କି ଶାହରୁଖ ଧରିଥିବା ସାପ ଅସଲି ନା ନକଲି।

ସମ୍ବନ୍ଧିତ ଖବର