ସାମନ୍ଥାଙ୍କ ପୂର୍ବ ସ୍ବାମୀ ନାଗାଙ୍କ ସହ ବିଭିନ୍ନ ସ୍ଥାନରେ ନଜର ଆସୁଛନ୍ତି ଅଭିନେତ୍ରୀ ଶୋଭିତା

ଚେନ୍ନାଇ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।

ତେବେ ନାଗା ଓ ସାମନ୍ଥାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ବେଳେ ଅଭିନେତା ନାଗାଙ୍କ ନାମ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଯୋଡ଼ା ଯାଉଛି। ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଛି ବୋଲି ଲୋକ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ମାତ୍ର ଏହାକୁ ଭିତ୍ତିହୀନ କଥା ବୋଲି କହିଛନ୍ତି ଶୋଭିତା।

ତାଙ୍କ ନାମରେ ‘ହୋମ୍‌‌ ବ୍ରେକର୍‌’ ଟାଇଟଲ୍‌ ଲାଗିଥିବା ବେଳେ ସେ ଏହାକୁ ପ୍ରତିବାଦ କରିଛନ୍ତି। ଯଦିଓ ସୋସିଆଲ୍‌ ମିଡିଆରେ ଅଧିକାଂଶ ସମୟରେ ନାଗା ଓ ଶୋଭିତାଙ୍କ ସାକ୍ଷାତ୍‌ ସମୟର ଫଟୋ ଦେଖିବାକୁ ମିଳିଛି ହେଲେ ସେମାନଙ୍କ ମଧ୍ୟରେ ସେପରି କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ।

ତାଙ୍କ କହିବା କଥା ହେଉଛି, ‘ଲୋକ ଯଦି କିଛି ନଜାଣି ମୋ ପଛରେ ଏପରି କହୁଛନ୍ତି ତ ମୋତେ ଲାଗୁନାହିଁ କି ସେମାନଙ୍କୁ ଉତ୍ତର ଦେବା‌ ମୋ ପାଇଁ ଜରୁରୀ। ମୁଁ କିଛି ଭୁଲ୍‌ କରୁନାହିଁ ମାନେ ମୋତେ କାହାକୁ ସଫେଇ ଦେବା ଆବଶ୍ୟକ ବୋଲି ମୁଁ ଭାବୁନାହିଁ। ଏହା ମୋ କାମ ନୁହେଁ।’

ସମ୍ବନ୍ଧିତ ଖବର