ଦକ୍ଷିଣ କୋରିଆନ ଗାୟିକା ହେସୋଙ୍କ ମୃତ୍ୟୁ ପରେ ତାଙ୍କ ହାତଲେଖା ନୋଟ୍‌ ପାଇଲା ପୁଲିସ୍‌

ନୂଆଦିଲ୍ଲୀ: ଗତ ସପ୍ତାହରେ ଦକ୍ଷିଣ କୋରିଆର ଗାୟିକା ହେସୋଙ୍କ ମୃତଦେହ ତାଙ୍କ ବାସଭବନରେ ମିଳିଥିଲା। ପୁଲିସ ଏବେ ଏକ ସୁଇସାଇଡ୍‌ ନୋଟ୍ ପାଇବା ପରେ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି। ଅନୁମାନ କରାଯାଉଛି ଯେ ଗାୟିକା ହେସୋ ମୃତ୍ୟୁ ପୂର୍ବରୁ ସେହି ନୋଟ୍‌କୁ ଲେଖିଥିଲେ।

ମୃତ୍ୟୁ ଆଗରୁ ଘଟିଥିବା ବେଳେ ଗତକାଲି ହେସୋଙ୍କ ମୃତ୍ୟୁ ଖବର ତାଙ୍କ ଟିମ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ଟିମ୍‌ ଜାରି କରିଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ ହେସୋଙ୍କର ମେ ୧୨ ତାରିଖରେ ମୃତ୍ୟୁ ଘଟିଛି ଏବଂ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହି ଗାୟିକାଙ୍କ ବିଷୟରେ କୌଣସି ବି ପ୍ରକାରର ମିଥ୍ୟା ଖବର ପ୍ରଚାର ନକରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି। ମୃତ ବ୍ୟକ୍ତିଙ୍କ ପାଇଁ ଆମେ ସମବେଦନା ଜଣାଉଛୁ।’

ତେବେ ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ମେ ୧୨ ତାରିଖରେ ଏହି କୋରିୟାନ୍‌ ଗାୟିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ହେସୋଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ଉଦ୍ଧାର ହେବାର କିଛି ସମୟ ପରେ ତାହା ଗାୟିକା ହେସୋଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। ହେସୋ ୨୦୧୯ ମସିହା ନଭେମ୍ବର ମସାରେ ତାଙ୍କ ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ।

ଅନ୍ୟପକ୍ଷରେ ଗତମାସରେ ବୟ ବ୍ୟାଣ୍ଡ୍‌ ଆଷ୍ଟ୍ରୋର ସଦସ୍ୟ ଥିବା କେ-ପପ୍ ତାରକା ମୁନବିନଙ୍କର ବି ଦେହାନ୍ତ ହୋଇଥିଲା। ଦକ୍ଷିଣ ସିଓଲରେ ଥିବା ତାଙ୍କ ଘରେ ୨୫ ବର୍ଷିୟା ଗାୟକଙ୍କ ମୃତଦେହ ମିଳିଥିଲା।

ସମ୍ବନ୍ଧିତ ଖବର