ନିର୍ବନ୍ଧ କଲେ ଉର୍ଫି ! ଅଜଣା ଯୁବକଙ୍କ ସହ ଭାଇରାଲ ହେଲା ଫଟୋ

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।

Is Uorfi Javed Secretly Engaged?

ଉର୍ଫିଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।

 

View this post on Instagram

 

A post shared by Vinod Singh (@singhvinod697)

ତେବେ ଏପର୍ଯ୍ୟନ୍ତ ଉର୍ଫି ଏହି ଫଟୋକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହା ପୂର୍ବରୁ ଉର୍ଫି ଜଣେ ଯୁବତୀଙ୍କୁ ଚୁମ୍ବନ ଦେଇ ଫଟୋ ସେୟାର କରିଥିଲେ। ଇନଷ୍ଟା ଷ୍ଟୋରୀରେ ଉର୍ଫି ଜଣେ ଯୁବତୀଙ୍କ ମୁଣ୍ଡରେ ଚୁମ୍ବନ ଦେଇଥିବାର ଫଟୋ ସେୟାର କରି ଲଭ୍ ୟୁ ଲେଖିଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ଅଜଣା ଯୁବତୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର