ସିଦ୍ଧାନ୍ତଙ୍କ ପ୍ରଶଂସକ ଖୁସ୍‌, ‘ଶଙ୍କର’ରେ ଅଭିନୟ ଜାଦୁରେ ଦର୍ଶକଙ୍କୁ ବାନ୍ଧିଛନ୍ତି

ଭୁବନେଶ୍ବର: ବୟସ ବଢ଼ିବା ସହିତ ଆହୁରି ଶାଣିତ ହେଉଛି ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟ। ଯେକୌଣସି ଭୂମିକାରେ ଥିଲେ ହେଁ କାହାଣୀକୁ ନିଜ ଚାରିପଟେ ଘୂରାଇବାର ଦକ୍ଷତା ତାଙ୍କର ରହିଛି ବୋଲି ନୂଆ ଫିଲ୍ମ ‘ଶଙ୍କର’ ଜରିଆରେ ଆଉଥ‌ରେ ପ୍ରମାଣିତ ହୋଇଛି। ‘ଶଙ୍କର’ ଏକ ଆକ୍ସନ, ରୋମାନ୍ସ ଓ ସସ୍‌ପେନ୍ସ ଭରା ଭିନ୍ନସ୍ୱାଦର କାହାଣୀ ବୋଲି କୁହାଯାଉଛି। ଏଥିରେ ସୁପରଷ୍ଟାର ସିଦ୍ଧାନ୍ତ ଜଣେ ସାବତ ପୁଅର ଭୂମିକାରେ ଅଛନ୍ତି। ନିଜ ସାବତ ସାନଭାଇ ସହିତ ଏ ଚରିତ୍ରର ସଂପର୍କର ଚିତ୍ରକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଦେବା ଓ ଦିବ୍ୟାଙ୍କ ରୋମାଣ୍ଟିକ୍‌ ଯୋଡ଼ି ଅବଶ୍ୟ ଭଲ ଲାଗୁଛି, କିନ୍ତୁ ସବୁ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି ସିଦ୍ଧାନ୍ତ। ସେଥିପାଇଁ ତାଙ୍କର ପ୍ରଶଂସକମାନେ ବେଶ୍‌ ଖୁସି।

‘ଶଙ୍କର’ର ଅନ୍ୟ ଗୁରୁତ୍ୱପୂର୍ଣ ଭୂମିକାରେ ଅଭିନୟ କରିଛନ୍ତି ଶିବ, କୁନା ତ୍ରିପାଠୀ, କେ.କେ, କାଳୀ, ବିଜୁ ବଡ଼ଜେନା, ଦିପ୍ତୀରେଖା ପଣ୍ଡା, ସୁପ୍ରିୟା, ମୀତା ଚକ୍ରବର୍ତ୍ତୀ ଓ ନୁପୁର ଘୋଷ ପ୍ରମୁଖ। ଅରବିନ୍ଦ ସାହୁ ଏହାର ପ୍ରଯୋଜନା କରିଥିବାବେଳେ କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ଏନ୍‌. ପାଢ଼ୀ । ସଂଗୀତ ନିର୍ଦ୍ଦେଶକ ଅଛନ୍ତି ବୈଦ୍ୟନାଥ ଦାଶ।

ସମ୍ବନ୍ଧିତ ଖବର