ମାରିୟୁପୋଲ୍‌ ଥିଏଟର ‌ଆକ୍ରମଣରେ ୩୦୦ ମୃତ

ୟୁକ୍ରେନ୍‌ ସହାୟତା ‌କେନ୍ଦ୍ର ଉପରେ ଆକ୍ରମଣ, ୪ ମୃତ

କିବ୍‌ : ୟୁକ୍ରେନ୍‌ର ମାରିୟୁପୋଲ୍‌ ଥିଏଟରରେ ଗତ ୧୬ ତାରିଖ‌ରେ ହୋଇଥିବା ରକେଟ୍‌ ମାଡ଼ ଘଟଣାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଥିଏଟରରେ ମୋଟ୍‌ ୮୦୦ରୁ ୧୩୦୦ ଲୋକ ଆଶ୍ରୟ ନେଇଥିବା ବେଳେ ରକେଟ୍‌ ମାଡ଼ ହୋଇଥିଲା। ଏମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିଲେ। ଥିଏଟର ବାହାରେ ‘ଚିଲ୍ଡ୍ରେନ୍‌’ ଲେଖା ହୋଇଥିଲେ ମଧ୍ୟ ରୁଷ୍‌ ବିମାନ ଆକ୍ରମଣ କରିଥିଲା।

ଉଲ୍ଲେଖଯୋଗ୍ୟ, ମାରିୟୁପୋଲ୍‌ ଏବେ ୟୁକ୍ରେନ୍‌ର ଅନ୍ୟ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇସାରିଛି ଏବଂ ମାରିୟୁପୋଲ୍‌ରେ ବଞ୍ଚିବାପାଇଁ ଆବଶ୍ୟକୀୟ ଖାଦ୍ୟ ଏବଂ ପାଣି ନାହିଁ। ୟୁକ୍ରେନ୍‌ ରାଷ୍ଟ୍ରପତି ‌ବୋଲଡିମିର ଜେଲେନସ୍କି କହିଛନ୍ତି, ମାରିୟୁପୋଲ୍‌ରେ ଏବେ ପ୍ରାୟ ୧ ଲକ୍ଷ ଲୋକ ଖାଦ୍ୟ ପାଣି ବିନା ପଡ଼ି ରହିଛନ୍ତି। ଭୋକରେ ସେମାନେ ଡହଳବିକଳ ହେଉଛନ୍ତି। କିନ୍ତୁ ରୁଷ୍‌ ସେମାନଙ୍କ ନିକଟରେ ମାନବୀୟ ସହାୟତା ପହଞ୍ଚାଇବାକୁ ଦେଉନାହିଁ। ଅନ୍ୟପକ୍ଷେ ରୁଷ୍‌ କହିଛି ଯେ ୟୁକ୍ରେନ୍‌ ସେନା କେବଳ ତିଷ୍ଠି ରହିବାକୁ ଲୋକଙ୍କୁ ଢାଲ କରି ରଖିବାକୁ ଚାହୁଛନ୍ତି। ରୁଷ୍‌ ସେନା ଲୋକଙ୍କ ପାଇଁ ଖାଦ୍ୟ ବଣ୍ଟନ ଶିବିର ଆୟୋଜନ କରିଛନ୍ତି। ଅନ୍ୟପକ୍ଷେ ଖାରକିଭ୍‌ରେ ସହାୟତା କେନ୍ଦ୍ର ଭାବେ ବ୍ୟବହାର ହେଉଥିବା ଏକ କ୍ଲିନିକ୍‌ ଉପରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଖାରକିଭ ଅଧା ଜନସଂଖ୍ୟା ଖାରକିଭ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର