୪ ଜଣିଆ ବିଜେପି ସାଂସଦଙ୍କ ଦ୍ବାରା ସମ୍ବଲପୁର ହିଂସାର ତଦନ୍ତ, ଜେ.ପି ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ

Report to JP Nadda

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ସରଜମିନ ତଦନ୍ତ କରି ଭାରତୀୟ ଜନତା ପାର୍ଟି (ବିଜେପି)ର ୪ ଜଣିଆ ଯାଂଚ ଟିମ୍‌ ଆଜି ପାର୍ଟିର ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟ ପ୍ରଦାନ ବେଳେ ଟିମ୍‌ର ନେତୃତ୍ବ ନେଇଥିବା ବିଜେପି ରାଜ୍ୟସଭା ସାଂସଦ ବ୍ରିଜଲାଲ, ବିଜେପିର ରାଜ୍ୟସଭା ସାଂସଦ ଅନୀଲ ବାଲୁନୀ ଓ ଅରୁଣ ସିଂହ ଉପସ୍ଥତି ଥିଲେ।

ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ଗତ ମାସ ୨୮ରେ ଶ୍ରୀ ନଡ୍ଡା ୪ ଜଣିଆ ଯାଂଚ ଟିମ୍‌ ଗଠନ କରିଥିଲେ। କମିଟିରେ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରିଜଲାଲ, ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ ଓ ଆଦିତ୍ୟ ସାହୁ ସଦସ୍ୟ ରହିଥିଲେ। ଟିମ୍‌ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ହିଂସାକାଣ୍ଡର ସିବିଆଇ ତଦନ୍ତ ପାଇଁ ଟିମ ରିପୋର୍ଟରେ ସୁପାରିସ କରିଛି। ହିଂସା ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁକୁ ନେଇ ଏହାର ସରଜମିନ ତଦନ୍ତ ପାଇଁ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ଚରଣ ନାୟକ ଘଟଣା ସ୍ଥଳକୁ ମଧ୍ୟ ଆସିଥିଲେ। ଏହି ଘଟଣାର ତଦନ୍ତ ଏନ୍‌ଆଇଏ ଦ୍ବାରା କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ପୂର୍ବରୁ ପତ୍ର ଲେଖାଯାଇଛି।

ସମ୍ବନ୍ଧିତ ଖବର