ଓଡ଼ିଶାରେ ୨୪ଟି ପୋକ୍ସୋ କୋର୍ଟ ନିର୍ମାଣ ପ୍ରକ୍ରିୟା ଜାରି

ନୂଆଦିଲ୍ଲୀ : ଓଡ଼ିଶାରେ ୨୪ଟି ପୋକ୍ସୋ କୋର୍ଟର ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ରାଜ୍ୟରେ ୨୪ ପୋକ୍ସୋ କୋର୍ଟ ନିର୍ମାଣ ପାଇଁ ମଞ୍ଜୁରି ଦିଆଯିବା ପରେ ରାଜ୍ୟ ସରକାରଙ୍କ ଦ୍ବାରା ଭିତ୍ତିଭୂମି ନିର୍ମାଣ ତଥା ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ଦେଶରେ ଶିଶୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲା ବୃଦ୍ଧିପାଉଥିବାରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିଜଆଡ଼ୁ ମାମଲା ରୁଜୁ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ଜିଲ୍ଲାରେ ପୋକ୍ସୋ କୋର୍ଟ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଖଣ୍ଡପୀଠ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଏସ ଏସ ରାଠିଙ୍କୁ ଦେଶରେ କେତେ ସଂଖ୍ୟକ ପୋକ୍ସୋ ମାମଲା ବିଚା‌ରାଧୀନ ରହିଛି ସେ ନେଇ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବା ସହିତ କୋର୍ଟଙ୍କୁ ସହାୟତା କରିବା ପାଇଁ ବରିଷ୍ଠ ଆଇନଜୀବୀ ଭି ଗିରିଙ୍କୁ ଆମିକସ କ୍ୟୁରି ରୂପେ ନିଯୁକ୍ତି କରିଥିଲେ। କୋର୍ଟ ରେଜିଷ୍ଟ୍ରାର ଓଡ଼ିଶାରେ ପୋକ୍ସୋ ମାମଲାରେ କେବଳ ୧୨ ପ୍ରତିଶତ ଫୈସଲା ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର