ନାବାଳିକାଙ୍କୁ ତାଙ୍କ ବାପା‌ଙ୍କ ହେପାଜତରେ ରଖିବା ମାମଲା: ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଜନୈକା ମୁସଲିମ ନାବାଳିକାଙ୍କୁ ତାଙ୍କ ବାପାଙ୍କ ହେପାଜତରେ ରଖିବା ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବି.ଭି ନାଗରତ୍ନା ଓ ବିଚାରପତି ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା।

ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷ ଏପ୍ରିଲ ୩ରେ ମାମଲାଟିର ବିଚାର କରି ସଂପୃକ୍ତ ନାବାଳିକାଙ୍କ ବାପାଙ୍କୁ ଅଭିଭାବକତ୍ବ ପ୍ରଦାନ କରିଥିଲେ। ଏ ନେଇ ହାଇକୋର୍ଟରେ ଏକ ବନ୍ଦୀ ପ୍ରତ୍ୟକ୍ଷୀକରଣ (ହେବିୟସ୍ କର୍ପସ) ମାମଲା ରୁଜୁ ହୋଇଥିଲା। ଭାଣିଜୀ ଓ ବଡ଼ ଭଉଣୀ ତାଙ୍କ ଝିଅକୁ ବେଆଇନ ଅଟକ ରଖିଥିବା ଅଭିଯୋଗ କରି ନାବାଳିକାଙ୍କ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥି‌ଲେ। ‌ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ଏସ୍‌ଏଲ୍‌ପି ଦାଖଲ କରାଯାଇଥିଲା। ଏହି ମାମଲାରେ ଖଣ୍ଡପୀଠ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରି ଜୁଲାଇ ୨୮ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର