ଆଇପିଏଲ‌ରେ ଭଲ ଖେଳିଲେ ଟି -୨୦ ବିଶ୍ୱକପ ୨୦୨୪ରେ ମିଳିବ ସ୍ଥାନ: ସମ୍ଭାବ୍ୟ ପ୍ଲେଇଙ୍ଗ-୧୧ରେ ରହିଛନ୍ତି ଏସବୁ ଖେଳାଳି

କୋଲକାତା: ଟି -୨୦ ବିଶ୍ୱକପ ୨୦୨୪କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି । ଆଇସିସି ଏକଦିବସୀୟ ବିଶ୍ୱକପ ୨୦୨୩ ରେ ଭାରତର ପରାଜୟ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଟି -୨୦ ବିଶ୍ୱକପକୁ ଅପେକ୍ଷା କରିଛନ୍ତି । ପ୍ରଶଂସକମାନେ ଚାହୁଁଛନ୍ତି ଟିମ ଇଣ୍ହିଆ ଟି-୨୦ ବିଶ୍ୱ ଟାଇଟଲ ଜିତି ଏକଦିବସୀୟ ବିଶ୍ୱକପ ଫାଇନାଲରେ ପରାଜୟର ପ୍ରତିଶୋଧ ନେଉ। ଟି -୨୦ ବିଶ୍ୱକପ୍ ଜୁନ୍ ୧ ରୁ ଆରମ୍ଭ ହେବାକୁ ଥିବାବେଳେ ଏହାର ଅନ୍ତିମ ମ୍ୟାଚ୍ ଜୁନ୍ ୨୯ରେ ଖେଳାଯିବ । ରୋହିତ ଶର୍ମା ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ହେବେ ବୋଲି ବିସିସିଆଇ ନିଶ୍ଚିତ କରିସାରିଛି। ତେ‌ବେ କେଉଁ କେଉଁ ଖେଳାଳି ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇବେ ସେନେଇ ଏବେ ବି ସସପେନ୍ସ ଜାରି ରହିଛି।
କୁହାଯାଉଛି ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ସିଜିନ ୧୭ରେ ଭଊ ଖେଳିଥିବା ଖେଳାଳିଙ୍କୁ ଟି-୨୦ ବିଶ୍ବକପରେ ସ୍ଥାନମିଳିବ। ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ୧୫ ସଦସ୍ୟ ଦଳ ମଧ୍ୟରୁ ପ୍ରାୟ୧୨ଖେଳାଳିଙ୍କ ନାମ ନିଶ୍ଚିତ ହୋଇଛି। କିନ୍ତୁ ତିନି ଖେଳାଳିଙ୍କ ନାମ ବିଚାରାଧୀନ ଅଛି। ଆଇପିଏଲ ପରେ ଏହି ୩ ଖେଳାଳିଙ୍କ ନାମ ପ୍ରକାଶ ପାଇପାରେ ।

ଏଥର ଆଇପିଏଲ ୨୦୨୪ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି କାରଣ କେବଳ ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନେ ଟି -୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଦଳରେ ଅନ୍ତର୍ଭୁକ୍ତ ହୋଇପାରିବେ । ବିସିସିଆଇ ସଚିବ ଜୟ ଶାହା ମଧ୍ୟ ଟି -୨୦ ବିଶ୍ୱକପ ରେ ଟିମ୍ ଇଣ୍ଡିଆର ଅଧିନାୟକଙ୍କ ବିଷୟରେ ସୂଚନା ଦେଇସାରିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଦେଖିବାକୁ ମିଳିବ।
ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଭାରତ ଗ୍ରୁପ୍ ‘ଏ’ରେ ସ୍ଥାନିତ ହୋଇଛି । ଭାରତ ବ୍ୟତୀତ ଗ୍ରୁପ୍ ‘ଏ’ରେ କାନାଡା, ଆମେରିକା, ପାକିସ୍ଥାନ ଏବଂ ଆୟର୍ଲାଣ୍ଡ ମଧ୍ୟ ଅଛନ୍ତି। ଏହି ଟୁର୍ନାମେଣ୍ଟରେ ମୋଟ ୨୦ଟି ଦଳ ଭାଗ ନେବାକୁ ଯାଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ଏହି ଆଇସିସି ଟୁର୍ନାମେଣ୍ଟ ବହୁତ ରୋମାଞ୍ଚକର ହେବ। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ ଦଳକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଭାରତର କେଉଁ ବିସ୍ଫୋରକ ଖେଳାଳି ଦଳରେ ଅନ୍ତର୍ଭୁକ୍ତ ହେବେ କିମ୍ବା କେଉଁ ଖେଳାଳିଙ୍କୁ ଛାଡି ଦିଆଯିବ, ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। କିନ୍ତୁ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ମାନେ ନିଜ ପ୍ରଦର୍ଶନ ସହିତ ଦଳ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଖେଳୁଥିବା ଏକାଦଶରେ ସେମାନଙ୍କ ସ୍ଥାନ ପାଇଁ ମଧ୍ୟ ଦୃ ଦାବି କରିଛନ୍ତି।
ବିଶ୍ୱକପର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧ରେ ମଧ୍ୟରେ ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, ଆକ୍ସର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ ରହିବାର ଆଶା ହିଛି।

 

ଭାରତର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ କାର୍ଯ୍ୟସୂଚୀ :

ଜୁନ୍ ୫- ଭାରତ ବନାମ ଆୟର୍ଲାଣ୍ଡ (ନ୍ୟୁୟର୍କ)
ଜୁନ୍ ୯- ଭାରତ ବନାମ ପାକିସ୍ଥାନ (ନ୍ୟୁୟର୍କ)
ଜୁନ୍ ୧୨- ଭାରତ ବନାମ ଆମେରିକା (ନ୍ୟୁୟର୍କ)
ଜୁନ୍ ୧୫- ଭାରତ ବନାମ କାନାଡା (ଫ୍ଲୋରିଡା)

ସମ୍ବନ୍ଧିତ ଖବର