ଅଙ୍କିତା ଲୋଖଣ୍ଡେଙ୍କ ତୃତୀୟ ବିବାହ ? ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଅଭିନେତ୍ରୀ ପୁଣି ଥରେ କନ୍ୟା ସାଜି ତୃତୀୟ ଥର ବିବାହ କରିଛନ୍ତି। ପୁଣିଥରେ ଅଙ୍କିତା ଲୋଖଣ୍ଡେଙ୍କର ଏକ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ସାମ୍ନାକୁ ଆସିଛି। ଏହା ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ ଏହା ସତ୍ୟ ଯେ ଅଙ୍କିତା ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହାର ପ୍ରମାଣ ମଧ୍ୟ ଅଛି। ତାଙ୍କର ବିବାହର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏଭଳି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଅଙ୍କିତାଙ୍କ ନୂଆ ବର କିଏ ଏବଂ ତାଙ୍କ ସ୍ୱାମୀ ଭିକି ଜୈନଙ୍କ ସହ କ’ଣ ହେଲା ? ଯେତେବେଳେ ଅଙ୍କିତା ତାଙ୍କ ସ୍ୱାମୀ ଭିକିଙ୍କ ସହିତ ରିୟଲିଟି ସୋ ବିଗ୍ ବସ୍ ୧୭ ସିଜିନର ଏକ ଅଂଶ ହୋଇଥିଲେ। ସେତେବେଳେ ସେମାନଙ୍କ ସମ୍ପର୍କରେ ଅନେକ ମତଭେଦ ଦେଖାଦେଇଥିଲା । ଜାତୀୟ ଟିଭିରେ ଉଭୟଙ୍କ ମଧ୍ୟରେ ବହୁଥର ଝଗଡା ହୋଇଥିଲା ଏବଂ ଏପରିକି କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା। ଅଙ୍କିତା କ୍ରୋଧରେ ଭିକିଙ୍କୁ ଅନେକ ଥର ଛାଡ଼ପତ୍ର ଦେବାକୁ ଧମକ ଦେଇଥିଲେ।

https://www.instagram.com/p/C4sJnrCrUaL/?utm_source=ig_embed&ig_rid=2deaf802-0b1c-4592-bde7-a373b9b7ec68

ଏହି ସମୟରେ, ବର୍ତ୍ତମାନ ସେମାନଙ୍କ ବିବାହର ଖବର ଆସିଛି । ଏଭଳି ପରିସ୍ଥିତିରେପ୍ରଶଂସକମାନେ ଆଶଙ୍କାରେ ଅଛନ୍ତି ଯେ ଅଙ୍କିତା ଭିକିଙ୍କୁ ଛାଡପତ୍ର ଦେଇ ଅନ୍ୟ କାହାକୁ ବିବାହ କରିଛନ୍ତି କି? କିଛି ପ୍ରଶଂସକ ଚାହୁଛନ୍ତି ଅଙ୍କିତା ଏବଂ ଭିକି ଅଲଗା ହେବା ଉଚିତ୍ । ବାସ୍ତବରେ ଅଙ୍କିତାଙ୍କ ପ୍ରଶଂସକ ଏବଂ ସାଧାରଣ ଲୋକେ ଶୋ’ରେ ଅଭିନେତ୍ରୀଙ୍କ ସହ ଭିକି ଏବଂ ତାଙ୍କ ମା’ଙ୍କ ଆଚରଣରେ ଅସନ୍ତୁଷ୍ଟ ଅଛନ୍ତି। ଏଭଳି ପରିସ୍ଥିତିରେ ଏହି ବିବାହ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହି ବିବାହର ସତ୍ୟତା କ’ଣ? ବାସ୍ତବରେ, ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଅଙ୍କିତା ସରଳତା ସହିତ ମନ୍ଦିରରେ ସାତଫେରା ନେଉଥିବାର ନଜର ଆସିଛନ୍ତି। ସେ ଭିକିଙ୍କୁ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଉଭୟଙ୍କର ଚେହେରା ବହୁତ ସରଳ ଦେଖାଯାଉଛି। ଦୁହେଁ ପରସ୍ପର ଆଡକୁ ପ୍ରେମର ସହ ଚାହୁଁଛନ୍ତି ।

ତେବେ, ବର୍ତ୍ତମାନ ସେମାନଙ୍କ ତୃତୀୟ ବିବାହ ଖବରର ସତ୍ୟତା ବିଷୟରେ କିଛି କୁହାଯାଇପାରୁ ନାହିଁ। କାରଣ ଏହି ଦମ୍ପତି ନିଜ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏହି ଫଟୋ ସେୟାର କରିନାହାନ୍ତି। ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହୋଇଛି। ଯଦି ଅଙ୍କିତା ପୁଣି ଥରେ ବିବାହ କରିଥାନ୍ତେ, ତେବେ ସେ ପୂର୍ବ ପରି ତାଙ୍କ ପ୍ରଶଂସକଙ୍କୁ ଏହା ଜଣାଇଥାନ୍ତେ। ଏପରି ପରିସ୍ଥିତିରେ, ଏହା ହୋଇପାରେ ଏହି ଫଟୋ କିଛି ସୁଟିଂର ଏକ ଅଂଶ ଏବଂ ଉଭୟ ଏକ ମ୍ୟୁଜିକ୍ ଭିଡିଓରେ ଦେଖା ଦେବାକୁ ଯାଉଛନ୍ତି।

 

ସମ୍ବନ୍ଧିତ ଖବର