ବେଙ୍ଗାଲୁରରୁ ନିଖୋଜ ହୋଇଥିବା ବାଳକ ୪ ଦିନ ପରେ ହାଇଦ୍ରାବାଦ୍‌ରୁ ମିଳିଲେ

ହାଇଦ୍ରାବାଦ୍‌: ବେଙ୍ଗାଲୁରୁର ଜଣେ ୧୨ ବର୍ଷର ବାଳକ ତାଙ୍କ କୋଚିଂ ସେଣ୍ଟର ଛାଡି ଘରକୁ ଆସୁଥିବା ବେଳେ ନିଖୋଜ ହୋଇଥିଲେ। ସେହି ବାଳକ ଜଣକ ଏବେ ହାଇଦ୍ରାବାଦର ଏକ ମେଟ୍ରୋ ଷ୍ଟେସନରୁ ମିଳିଛନ୍ତି।

ବେଙ୍ଗାଲୁରୁର ଡିନ୍ସ ଏକାଡେମୀର ଛାତ୍ର ପରିନଭ ନିଖୋଜ ହୋଇ ଯାଇଛନ୍ତି ବୋଲି ଜାନୁଆରି ୨୧ ତାରିଖରେ ତାଙ୍କ ପରିବାର ଲୋକ ଏକ ରିପୋର୍ଟ ଲେଖିଥିଲେ। ପୁଲିସ୍‌ ଦ୍ୱାରା ଦେଖାଯାଇଥିବା ସିସିଟିଭି ଫୁଟେଜ ଅନୁଯାୟୀ ଏହି ବାଳକଜଣଙ୍କୁ ‌ଶେଷରେ ମ୍ୟାଜେଷ୍ଟିକ୍ ବସ୍ ଷ୍ଟେସନରେ ଦେଖା ଯାଇଥିଲା। ମାଜିଷ୍ଟିକ୍ ବସ୍ ଷ୍ଟେସନରୁ ପୁଲିସ ତାଙ୍କୁ ସିସିଟିଭି ଫୁଟେଜ୍ ମାଧ୍ୟମରେ ଟ୍ରାକ୍ କରିବାକୁ ଚେଷ୍ଟା କରିଥିଲା, କିଛି ଲୋକ ବାଳକକୁ ଖୋଜିବା ପାଇଁ ନିଜ ଆଡୁ ଆ‌ଗେଇ ଆସିଥିଲେ। ହେଲେ ବି ବାଳକ ଜଣକ ମିଳିନଥିଲେ।

ତା’ପରେ ବାଳକଙ୍କ ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରାଯାଇଥିଲା। ସୋସିଆଲ୍‌ ମିଡିଆରେ ତାଙ୍କ ପୋଷ୍ଟ୍‌ ଖୁବ୍‌ ଜୋର୍‌ରେ ବ୍ୟାପି ଯାଇଥିବାରୁ ତାଙ୍କୁ ପାଇବାରେ ସହଜ ହୋଇଥିଲା। ଜଣେ ବେଙ୍ଗାଲୁରୁ ବାସିନ୍ଦା ହାଇଦ୍ରାବାଦ ଗସ୍ତରେ ଯାଇ ପିଲାଟିକୁ ମେଟ୍ରୋ ଷ୍ଟେସନରେ ଦେଖିବା ପରେ ବୁଧବାର ସକାଳେ ସବୁ ପ୍ରତୀକ୍ଷାର ଶେଷ ‌ହୋଇଥିଲା। ବେଙ୍ଗାଲୁରର ବାସିନ୍ଦା ଜଣକ ଫୋନ୍‌ରୁ ତାଙ୍କ ଫଟୋ କାଢ଼ି ପିଲାଟି ସହ ମିଳାଇବାରୁ ମେଳ ଖାଇ ଯାଇଥିଲା। ପଚରାଉଚରା କରିବାରୁ ପିଲାଟି ସିଏ ବୋଲି ଜଣା ପଡ଼ିଥିଲା। ଶେଷରେ ପୁଲିସ୍‌କୁ ବ୍ୟକ୍ତି ଜଣକ ଖବର ଦେବା ପରେ ପୁଲିସ୍‌ ପରିନଭଙ୍କୁ ନାମ୍ପଲି ମେଟ୍ରୋ ଷ୍ଟେସନରେ ଅଟକ ରଖି ପରେ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଛି। ବାଳକଟିର ମାଆ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର