‘କାଓ ହଗ୍‌ ଡେ’ ପାଳନ ହେବନି, ଅନୁରୋଧ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଫେବ୍ରୁଆରି ୧୪ ତାରିଖ‌କୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବାପାଇଁ ପ୍ରାଣୀ କଲ୍ୟାଣ ବୋର୍ଡ (ଏଡବ୍ଲୁବିଆଇ) ଅନୁରୋଧ କରିଥିଲା। ଆଜି ଏହା ପ୍ରତ୍ୟାହାର କରାଯାଇଛି। ଫେବ୍ରୁଆରି ୧୪ ତାରିଖ‌ରେ ‘କାଓ ହଗ୍‌ ଡେ’ ପାଳନ ‌ହେବନାହିଁ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଗତ ୬ ତାରିଖରେ ଏଡବ୍ଲ୍ୟୁବିଆଇ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରାଯିବା ଘୋଷଣା ମଧ୍ୟ ଚର୍ଚ୍ଚାରେ ରହିଛି। ଫେବ୍ରୁଆରି ୧୪ ତାରିଖ ‘ଭାଲେଣ୍ଟାଇନ୍‌ ଡେ’ରେ ଗୋମାତାକୁ ଆଲିଙ୍ଗନ କରିବାପାଇଁ ବୋର୍ଡ ପକ୍ଷରୁ ଅନୁରୋଧ କରାଯିବାପରେ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରବଳ କଟାକ୍ଷ କରାଯାଇଥିଲା। ମତ୍ସ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏହି ଅନୁରୋଧକୁ ପ୍ରତ୍ୟାହାର କରାଯାଇଛି ବୋଲି ପ୍ରାଣୀ କଲ୍ୟାଣ ବୋର୍ଡର ସଚିବ ଏସ୍‌ କେ ଦତ୍ତ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର