ଦଲେର ମେହନ୍ଦିଙ୍କ ୨ ବର୍ଷ ‌ଜେଲ୍‌ ଦଣ୍ଡାଦେଶ ସ୍ଥଗିତ

ଚଣ୍ଡିଗଡ଼ : ପଂଜାବୀ ପପ୍‌ ଗାୟକ ଦଲେର ‌ମେହନ୍ଦିଙ୍କୁ ଆଜି ପଂଜାବ ଏବଂ ହରିୟାଣା ହାଇକୋର୍ଟରେ ଆଶ୍ବସ୍ତି ମିଳିଛି। ୨୦୦୩ ମସିହାର ମାନବଚାଲାଣ ମାମଲାରେ ପଂଜାବ ଏବଂ ହରିୟାଣା ହାଇକୋର୍ଟ ମେହନ୍ଦିଙ୍କ ୨ ବର୍ଷ ଜେଲ୍‌ ଦଣ୍ଡାଦେଶକୁ ସ୍ଥଗିତ କରିଦେଇଛନ୍ତି। ପଟିଆଲା କୋର୍ଟ ଏହି ମାମଲାରେ ଟ୍ରାଏଲ୍‌ କୋର୍ଟଙ୍କ ଦଣ୍ଡାଦେଶକୁ କାଏମ ରଖିବାପରେ ଏହାକୁ ଚ୍ୟାଲେଂଜ କରି ଦଲେର ହାଇକୋର୍ଟ ଯାଇଥିଲେ। ଜଷ୍ଟିସ ଜିଏସ୍‌ ଗିଲ୍‌ଙ୍କ ଜଣିକିଆ ଖଣ୍ଡପୀଠ ଆଜି ଏହ‌ି ମାମଲାରେ ତାଙ୍କଦଣ୍ଡାଦେଶକୁ ସ୍ଥଗିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୮ ମାର୍ଚ୍ଚରେ ମାନବ ଚୋରାଚାଲାଣ ମାମଲାରେ ଟ୍ରାଏଲ୍‌ କୋର୍ଟ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ ।

ସମ୍ବନ୍ଧିତ ଖବର