ଏପ୍ରିଲରେ ଦେଶରେ କେବଳ ଗରମ ନୁହେଁ, ଭଲ ବର୍ଷା ବି ହେବ : ଗ୍ରୀଷ୍ମଋତୁ ପାଇଁ ପାଣିପାଗ ବିଭାଗର ରିପୋର୍ଟ

ନୂଆଦିଲ୍ଲୀ: ଏପ୍ରିଲ ମାସ ଆରମ୍ଭ ହୋଇଗଲାଣି ଏବଂ ଏହା ସହିତ ସମଗ୍ର ଦେଶରେ ତାତି ବଢିବାରେ ଲାଗିଛି । ଏପ୍ରିଲ ମାସରେ ଅତ୍ୟଧିକ ଗରମ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ସେପଟେ ସେମାନଙ୍କ ତରଫରୁ ଆଉ ଏକ ବଡ ସୂଚନା ମଧ୍ୟ ଦିଆଯାଇଛି ।

ଆଇଏମଡି ପକ୍ଷରୁ ଜାରି ଏପ୍ରିଲ-ଜୁନ ଗ୍ରୀଷ୍ମ ଋତୁ ପୂର୍ବାନୁମାନ ରିପୋର୍ଟରେ କୁହାଯାଇଛି ଯେ ଚଳିତ ମାସରେ ପ୍ରବଳ ଗରମ ସହିତ ଭଲ ବର୍ଷା ବି ହେବ। ସାଧାରଣତଃ ଏପ୍ରିଲ ମାସରେ କମ୍ ବର୍ଷା ହୋଇଥାଏ କିନ୍ତୁ ଏଥର ତାହା ହେବ ନାହିଁ। ପାଣିପାଗ ବିଭାଗ କହିଛି ଯେ ରାଜସ୍ଥାନ ବ୍ୟତୀତ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଅନ୍ୟ କେତେକ ରାଜ୍ୟରେ ଚଳିତ ମାସରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ଏକ ଅପଡେଟରେ କୁହାଯାଇଛି ଯେ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳ ଏବଂ କେନ୍ଦ୍ରୀୟ ଭାରତ, ଉତ୍ତର ଉପଦ୍ୱୀପ ଭାରତ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏପ୍ରିଲ ମାସରେ ପୂର୍ବ ଓ ପଶ୍ଚିମ ଉପକୂଳ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମଡି କହିଛି।

 

ସମ୍ବନ୍ଧିତ ଖବର