ସିଏପିଏଫ ଯବାନଙ୍କୁ ସରକାରଙ୍କ ଉପହାର: କ୍ୟାଣ୍ଟିନ ସାମଗ୍ରୀ ଉପରେ ୫୦ ପ୍ରତିଶତ ଜିଏସଟି ଛାଡ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ୧୧ ଲକ୍ଷ ଯବାନଙ୍କ ପାଇଁ ଖୁସି ଖବର ଆସିଛି। ସରକାର ସେମାନଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି। ଗୃହ ମନ୍ତ୍ରଣାଳୟ କହିଛି ଯେ ସିଏପିଏଫ କ୍ୟାଣ୍ଟିନରେ ଉପଲବ୍ଧ ସାମଗ୍ରୀ ଉପରେ ୫୦ ପ୍ରତିଶତ ଜିଏସଟି ଛାଡ କରାଯିବ। କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର (କେପି କେବି)ରେ ଉପଲବ୍ଧ ସାମଗ୍ରୀ ଉପରେ ୫୦ ପ୍ରତିଶତ ଜିଏସଟିଏ ଛାଡ ହେବ। ସମ୍ପର୍କରେ ସୋମବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ କାର୍ଯ୍ୟାଳୟ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାରଙ୍କଠାରୁ ସାମଗ୍ରୀ କିଣିବା ଉପରେ ୫୦ ପ୍ରତିଶତ ଜିଏସଟି ଛାଡ ୧ ଏପ୍ରିଲ୨୦୨୪ରୁ ଲାଗୁ ହେବ। ଏହି ସହାୟତା ବଜେଟ୍ ମାଧ୍ୟମରେ ପ୍ରଦାନ କରାଯିବ।

କନଫେଡେରେସନ୍ ଅଫ୍ ଏକ୍ସ-ପାରାମିଲିଟାରୀ ଫୋର୍ସ ଶହୀଦ କଲ୍ୟାଣ ସଂଘ ଦୀର୍ଘ ଦିନ ଧରି ଏହି ଛାଡ ପାଇଁ ସ୍ୱର ଉତ୍ତୋଳନ କରିଆସୁଥିଲା | ବଜେଟ୍ ଅଧିବେଶନ ପୂର୍ବରୁ ଆସୋସିଏସନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟବର୍ତ୍ତୀ ବଜେଟରେ ସିଏପିଏଫ କ୍ୟାଣ୍ଟିନରେ ଉପଲବ୍ଧ ସାମଗ୍ରୀ ଉପରେ ଜିଏସଟି ଛାଡ ଘୋଷଣା କରିବାକୁ ଅନୁରୋଧ କରିଥିଲା।

ଆସୋସିଏସନର ଚେୟାରମ୍ୟାନ୍ ତଥା ପୂର୍ବତନ ଏଡିଜି ଏଚଆର ସିଂ ଏବଂ ସାଧାରଣ ସମ୍ପାଦକ ରଣବୀର ସିଂଙ୍କ ପ୍ରସ୍ତାବ ଅନୁସାରେ କେନ୍ଦ୍ରୀୟ ପାରାମିଲିଟାରୀ ବାହିନୀର ଯବାନ ଏବଂ ସେମାନଙ୍କ ପରିବାର ପାଇଁ ୨୬ ସେପ୍ଟେମ୍ବର ୨୦୦୬ରେ କେନ୍ଦ୍ରୀୟ ପୋଲିସ କ୍ୟାଣ୍ଟିନ (ସିପିସି) ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ବଜାର ମୂଲ୍ୟ ଅପେକ୍ଷା ଯବାନମାନଙ୍କୁ ଘରୋଇ ସାମଗ୍ରୀ ଶସ୍ତାରେ ଯୋଗାଇବା। ସିପିସି କ୍ୟାଣ୍ଟିନ ସୃଷ୍ଟି ହେବା ପୂର୍ବରୁ, ଘରର ବ୍ୟବହାର ପାଇଁ ସାମଗ୍ରୀ ସେନାର ସିଏସଡି କ୍ୟାଣ୍ଟିନରୁ ସୁରକ୍ଷା ବାହିନୀ ୟୁନିଟ୍ ଦ୍ୱାରା କିଣାଯାଛଥିଲା। ଦେଶର ବିଭିନ୍ନ ରାଜ୍ୟରେ ପାଖାପାଖି ୧୧୯ ମାଷ୍ଟର କ୍ୟାଣ୍ଟିନ ଏବଂ ୧୭୭୮ ସିପିସି କ୍ୟାଣ୍ଟିନ ଅଛି।

ସମ୍ବନ୍ଧିତ ଖବର