ମୁଁ କେବେ ବି ହାତରେ ଟଙ୍କା ଧରେନାହିଁ କି ପାଖରେ କ୍ରେଡିଟ୍‌ କାର୍ଡ ରଖେନାହିଁ : ମୁକେଶ ଅମ୍ବାନି

ମୁମ୍ବାଇ: ରିଲାଏନ୍ସ କମ୍ପାନିର ମାଲିକ ମୁକେଶ ଆମ୍ବାନୀ ଟଙ୍କା ଧରନ୍ତି ନାହିଁ। ଏହା ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ସତ! ସେ ଏକଥା ନିଜେ ସ୍ଫଷ୍ଟ କରିଛନ୍ତି। ସେ କହିଛନ୍ତି, ‘ମୋ ପାଇଁ ଟଙ୍କା କିଛି ମାନେ ରଖେନାହିଁ । ଆପଣମାନେ ମତେ ଯେଉଁ ଧନୀର ଉପାଧି ଦେଇଛନ୍ତି ତାକୁ ମୁଁ ଘୃଣା କରେ । ମୁଁ ସବୁବେଳେ ବ୍ୟବସାୟରେ କୌଣସି ନା କୌଣସି ରିସ୍କ ନେବା ପସନ୍ଦ କରେ। ଏହା ଦ୍ୱାରା ବ୍ୟବସାୟରେ ଫ୍ୟାଲେଜିବିଲିଟି ବଢ଼ିଥାଏ।’ ହିନ୍ଦୁସ୍ତାନ୍‌ ଟାଇମ୍ସ ଲିଡ଼ରସିପ୍‌ ସମିଟରେ ସେ ଏହା ପ୍ରକାଶ କରିଛନ୍ତି।

ନିଜ ବ୍ୟକ୍ତଗତ ଜୀବନର ଏକ ରହସ୍ୟ ଉପରୁ ପରଦା ହଟାଇ ମୁକେଶ ଅମ୍ବାନୀ କହିଛନ୍ତି, ‘ମୋ ପକେଟରେ କେବେ ମଧ୍ୟ ନଗଦ ଟଙ୍କା ଏବଂ କ୍ରେଡ଼ିଟ କାର୍ଡ଼ ନଥାଏ। ମୋ ପାଖରେ ସବୁବେଳେ କିଏ ନା କିଏ ଜଣେ ଥାଏ, ଯିଏ କି ଆବଶ୍ୟକ ପଡ଼ିଲେ ଟଙ୍କା ଦେଇଥାନ୍ତି । ମୁଁ ଛୁଆବେଳୁ ଏପରି । ମୋ ସହ ବ୍ୟକ୍ତିଗତ ଭାବେ ଜଡ଼ିତ ଲୋକ ଏହି କଥା ଜାଣିଛନ୍ତି। ମୁଁ କେବେ ମଧ୍ୟ ନଗଦ ଟଙ୍କା ବା କ୍ରେଡ଼ିଟ କାର୍ଡ଼ ଧରି ନ ଥାଏ, ମୋ ପକେଟରେ ମଧ୍ୟ କେବେ ଟଙ୍କା ରହି ନ ଥାଏ। ସର୍ବଦା ମୋ ପାଇଁ କେହି ନା କେହି ଟଙ୍କା ଦେବା ପାଇଁ ରହିଥାନ୍ତି।’

ସମ୍ବନ୍ଧିତ ଖବର