ବିଶ୍ୱ ହକି ଲିଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଶ୍ୱ ହକି ଲିଗ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତରେ ଆୟୋଜିତ ହୋଇଥିବା ହକି ବିଶ୍ୱ ଲିଗ ନେଇ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖାଯାଇଛି। ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମାରୋହର ଉଦ୍‌ଘାଟନ ପୂର୍ବରୁ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଶେଷ ହୋଇଛି। ଜର୍ମାନୀ ୨-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ରାତି ୭ଟା ୩୦ରେ ଅୟୋଜକ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ମ୍ୟାଚ ଖେଳାଯିବ। ଭାରତୀୟ ଟିମ୍‌ରେ ୩ଜଣ ଓଡ଼ିଆ ଖେଳାଳି ଥିବାରୁ ଓଡ଼ିଆ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର