ମତଦାନକୁ ସୁରୁଖୁରୁରେ ସଂପାଦନ କରିବା ଲକ୍ଷ୍ୟରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡରେ ପ୍ରଚଳନ ହେବ ଟୋକନ୍‌ ବ୍ୟବସ୍ଥା

ରାଞ୍ଚି: ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମତଦାନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଂପାଦନ କରିବା ଲକ୍ଷ୍ୟ ନେଇ ନିର୍ବାଚନ କମିଶନ ସର୍ବପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ, ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ରକୁ ଆସୁଥିବା ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ଦୀର୍ଘ ସମୟ ଧରି ଲାଇନ୍‌ରେ ଠିଆ ହେବାକୁ ଏବଂ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

News India

ଏସଂପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି ଯେ ଚଳିତ ନିର୍ବାଚନ କାଳରେ ସର୍ବପ୍ରଥମ ଥର ପାଇଁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ରକୁ ଆସୁଥିବା ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ଏକ ଟୋକନ୍‌ ପ୍ରଦାନ କରାଯିବ। ଏବଂ ସେଇ ଟୋକନ୍‌କୁ ନେଇ ସେମାନେ ମତଦାନ କେନ୍ଦ୍ରରେ ଅସ୍ଥାୟୀ ଭାବେ ନିର୍ମାଣ କରା ଯାଇଥିବା ପ୍ରତୀକ୍ଷାଳୟକୁ ଯାଇ ସେଠାରେ ପଡ଼ିଥିବା ଚେୟାରରେ ଆରାମରେ ବସିପାରିବେ। ସେମାନଙ୍କ ଟୋକନ୍‌ ନମ୍ବର ଯେତେବେଳେ ଡକାଯିବ ସେତେବେଳେ ସେମାନେ ମତଦାନ କେନ୍ଦ୍ର ମଧ୍ୟକୁ ପ୍ରବେଶ କରି ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଫଳରେ, ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଆସୁଥିବା ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ଦୀର୍ଘ ସମୟ ଧରି ଲାଇନ୍‌ରେ ଠିଆ ହେବା ସହ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର