ଇସ୍ରାଏଲ : ୩ ବର୍ଷରେ ହେଲାଣି ୫ ଥର ନିର୍ବାଚନ

ତେଲ ଅଭିଭ୍ : ଇସ୍ରାଏଲ ସମଗ୍ର ବିଶ୍ବରେ ଏକ ଶକ୍ତିଶାଳୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ଦୃଷ୍ଟିରୁ ବିକଶିତ ଦେଶଭାବେ ଜଣାଶୁଣା । କିନ୍ତୁ ଗତ କିଛି ବର୍ଷ ହେଲା ସେଠାରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ବାରମ୍ବାର ନିର୍ବାଚନ ହେଉଛି, କିନ୍ତୁ ତାହାର କିଛି ସୁଫଳ ମିଳୁନାହିଁ । କେହିଁ ସ୍ଥିର ସରକାର ଦେଇପାରୁ ନାହାନ୍ତି ।

ଇସ୍ରାଏଲବାସୀ ମଙ୍ଗଳବାରଦିନ ( ୧୧ ନଭେମ୍ବର)ରେ ଭୋଟ ଦେଇଛନ୍ତି । ଗତ ୨୦୧୯ ଠାରୁ ଅର୍ଥାତ ୩ ବର୍ଷରେ ଏହି ହେଉଛି ୫ମ ସାଧାରଣ ନିର୍ବାଚନ ।

ଏହି ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ୟେର ଲାପିଡଙ୍କ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଛି । ଲାପିଡଙ୍କ ଅଧ୍ୟକ୍ଷତାରେ ଥିବା ମିଳିତ ସରକାରର ପତନ ପରେ ଦେଶରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ଗତ ବର୍ଷ ଲାପିଡଙ୍କ ନେତୃତ୍ବାଧୀନ ମେଣ୍ଟ ନେତାନ୍ୟାହୁଙ୍କୁ କ୍ଷମତାରୁ ହଟାଇ ସରକାର ଗଠନ କରିଥିଲା । ନେତାନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତାଙ୍କୁ ହଟାଇ ଦିଆଯାଇଥିଲା ।

ମଙ୍ଗଳବାରର ଭୋଟ ଗ୍ରହଣ ଭାରତୀୟ ସମୟ ମଙ୍ଗଳବାର ସକାଳ ସାଢେ ୧୦ଟାରେ ଆରମ୍ଭ ହୋଇଥିବାବେଳେ ତାହା ଭାରତୀୟ ସମୟ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲିବ ।

ଇସ୍ରାଏଲର ୧୨୦ ସଦସ୍ୟ ବିଶିଷ୍ଟ କ୍ନେସେଟ୍ (ସଂସଦ)ରେ ସରକାର ଗଢିବା ପାଇଁ ୬୧ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ନିର୍ବାଚନ ପୂର୍ବର ସର୍ଭେ ଅନୁସାରେ ନେତାନ୍ୟାହୁଙ୍କୁ ୬୦ଟି ଆସନ ମିଳିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର