ଜୟା ବର୍ମା ସିହ୍ନା ରେଲ୍‌ୱେ ବୋର୍ଡର ପ୍ରଥମ ମହିଳା ମୁଖ୍ୟ

ନୂଆଦିଲ୍ଲୀ: ରେଲ୍‌ୱେ ବୋର୍ଡର ଅଧ୍ୟକ୍ଷା ଓ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ଜୟା ବର୍ମା ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ଏହି ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା। ଅନିଲ କୁମାର ଲୋହାଟିଙ୍କ ସ୍ଥାନରେ ସେ ନିଯୁକ୍ତି ପାଇଛନ୍ତି। ଜୟା ବର୍ମା ସିହ୍ନା ହେଉଛନ୍ତି ୧୯୮୮ ବ୍ୟାଚ ଆଇଆର୍‌ଟିଏସ୍ (ରେଲ୍‌ୱେ ଟ୍ରାଫିକ୍) ଅଫିସର ଏବଂ ବର୍ତ୍ତମାନ ସେ ରେଲ୍‌ୱେ ବୋର୍ଡର ସଦସ୍ୟା (ଅପରେସନ ଓ ବିଜ୍‌ନେସ ଡେଭ୍‌ଲପମେଣ୍ଟ) ଅଛନ୍ତି। ରେଳବାଇର ୧୬୬ ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ସେ ରେଳ ବୋର୍ଡର ଦାୟିତ୍ବ ସମ୍ଭାଳିବେ। ଦୀର୍ଘ ୩୫ ବର୍ଷ ଧରି ସେ ରେଳ ବିଭାଗରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟକରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରକାଶ କରିଥିବା ଏକ ବିବୃତି ଅନୁଯାୟୀ କ୍ୟାବିନେଟ ନିଯୁକ୍ତି କମିଟି ଜୟାଙ୍କ ନିଯୁକ୍ତିକୁ ଅନୁମୋଦନ

ସମ୍ବନ୍ଧିତ ଖବର