ଏଲଓସିରେ ପୁଣି ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ

ପୁଞ୍ଚ: ଜାମ୍ମୁ ଓ କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍‌ ଅଫ କଣ୍ଟ୍ରୋଲ( ଏଲଓସି)ର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଲଗାତର ଅସ୍ତ୍ରବିରତି ଉଲଂଘନ କରାଯାଇଛି। ଗତକାଲି ନୂଆବର୍ଷରେ ପାକିସ୍ତାନ ସେନା ପୁଞ୍ଚରେ ଥିବା ଭାରତୀୟ ଆଡ୍‌ଭାନ୍ସ ପୋଷ୍ଟ ଉପରକୁ ଗୁଳି ମାଡ଼ କରିଥିଲା। ଆଜି ସକାଳେ ପୁଣି ଦ୍ୱିତୀୟ ଦିନ ଲଗାତର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତୀ ଉଲଂଘନ କରାଯାଇଛି। ଯଦିଓ ପାକିିସ୍ତାନରଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ କେହି ଭାରତୀୟ ସୈନିକ ଆହତ ନାହାଁନ୍ତି,ିଁ, ତଥାପି ଭାରତୀୟ ସେନାପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେଇ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି।
ସୂଚନାଯୋଗ୍ୟ ଯେ ଗତ୩୧ ତାରିଖରେ ମଧ୍ୟ ପାକିସ୍ତାନୀ ରେଞ୍ଜର ମାନେ ଅସ୍ତ୍ର ବିରତି ଉଲଂଘନ କରିଥିଲେ। ପୁଞ୍ଚର କର୍ମରା ଅଞ୍ଚଳରେ ପାକିସ୍ତାନୀ ରେଞ୍ଜର ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ସେହିପରି ଡିସେମ୍ବର ୨୩ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରିଥିଲେ। ଏତଦ୍‌ବ୍ୟତୀତ ଡିସେମ୍ବର ୨୧ ତାରିଖରେ ପାକିସ୍ତନୀ ସେନା କୁପଓ୍ଵାରାର କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରି ଗୁଳିମାଡ଼ କରିବାରୁ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏତଦ୍‌୍‌ବ୍ୟତୀତ ପାକିସ୍ତାନର ବର୍ଡ଼ର ଆକ୍ସନ ଟିମ୍‌୍‌( ବିଏଟି)ର କଭର ଫାୟାରିଂର ସହାୟତା ନେଇ କେତେକ ଆତଙ୍କବାଦୀ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହି ଘଟରା ପରଠାରୁ ଏଲଓସି ଅଶାନ୍ତ ହୋଇ ପଡ଼ିଥିବା ବେଳେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଛି।

ସମ୍ବନ୍ଧିତ ଖବର