ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀଙ୍କ ସହ କଥା ହେଲେ କଳ୍ପନା ସୋରେନ୍

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସଙ୍କଟ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ସମଗ୍ର ଝାଡ଼ଖଣ୍ଡ କେଜ୍ରିୱାଲଜୀଙ୍କ ସହ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି ।

କଳ୍ପନା ସୋରେନ ଏବେ ତାଙ୍କ ସ୍ୱାମୀ ହେମନ୍ତ ସୋରେନଙ୍କ ‘ଏକ୍ସ’ ହ୍ୟାଣ୍ଡେଲ ବ୍ୟବହାର କରୁଛନ୍ତି। ସେ ଲେଖିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ କଥା ହୋଇ ତାଙ୍କୁ ସାହସ ଦେବାକୁ ଚେଷ୍ଟା କରିଥିଲେ। ଜଣେ ସହକର୍ମୀ ହିସାବରେ ମୁଁ ସେମାନଙ୍କ ସମସ୍ୟା ବୁଝିପାରିବି ବୋଲି ସେ କହିଛନ୍ତି।

ନିର୍ବାଚିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବେଆଇନ ଭାବେ ଗିରଫ କରିବା ଏବଂ ତାହା ମଧ୍ୟ ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବା ପରେ, ଏକ ଗଣତାନ୍ତ୍ରିକ ଦେଶ ପାଇଁ ସାଧାରଣ ଘଟଣା ନୁହେଁ। ଏହି ସଙ୍କଟ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ସମଗ୍ର ଝାଡ଼ଖଣ୍ଡ କେଜ୍ରିୱାଲଙ୍କ ସହ ଛିଡ଼ା ହୋଇଛି। ଭାରତ ମୁଣ୍ଡ ନୁଆଁଇବ ନାହିଁ।

ସମ୍ବନ୍ଧିତ ଖବର