ଦକ୍ଷିଣା ସ୍ୱରୂପ କିଛି ଏଭଳି ଜିନିଷ ମୋଦୀଙ୍କୁ ମାଗିଲେ କାଶୀ ପଣ୍ଡିତ

ବାରଣାସୀ: ମୋଦୀଙ୍କୁ ଚିଠି ଲେଖି ଦକ୍ଷିଣା ମାଗିଲେ ପୁରୋହିତ | ଦକ୍ଷିଣା ଆକାରରେ ନା ଟଙ୍କା ଦରକାର ନା ଦରକାର ମୂଲ୍ୟବାନ ଜିନିଷ, କେବଳ ମିଳୁ ମନ୍ଦିର ପୂଜା କରିବାର ଅଧିକାର | ଆଜି କାଶୀ ପଣ୍ଡିତମାନେ ସେମାନଙ୍କ ସାଂସଦ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏକ ନିଆରା ଦକ୍ଷିଣା ଦାବି କରିଛନ୍ତି। କଶ୍ମୀରରେ ପୁଣି ଥରେ କିଭଳି ବୈଦିକ ମନ୍ତ୍ରର ଧ୍ୱନି ଶୁଣିବାକୁ ମିଳିବ ଓ ବନ୍ଦ ଥିବା ମନ୍ଦିରକୁ ଖୋଲାଯିବ ସେହି ପଦକ୍ଷେପ ନେବାକୁ ମୋଦୀଙ୍କୁ କାଶୀ ପଣ୍ଡିତମାନେ ଚିଠି ଲେଖିଛନ୍ତି |

ସୂଚନା ମୁତାବକ ବାରାଣାସୀରେ ଥିବା କାଶୀ ବିଦ୍ୱାନ କର୍ମକାଣ୍ଡ ପରିଷଦର ସଭାପତି ତଥା କାଶୀ ବିଶ୍ୱନାଥ ମନ୍ଦିରର ପୂର୍ବତନ ଟ୍ରଷ୍ଟ ସଭାପତି ପଣ୍ଡିତ ଅଶୋକ ଦ୍ୱିବେଦୀ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ କଶ୍ମୀରରେ ଶହ ଶହ ମନ୍ଦିର ଅଛି। ସେଥିମଧ୍ୟରୁ ୪୦ଟି ମୁଖ୍ୟ ମନ୍ଦିର ଅଛି, ଯାହା ବନ୍ଦ ହୋଇ ରହିଛି |

ପୁଣି ଥରେ କାଶୀ ପଣ୍ଡିତମାନେ ସେହି ମନ୍ଦିରଗୁଡ଼ିକରେ ପୂଜାପାଠ କରିବାକୁ ଚାହାଁନ୍ତି | ପୁନର୍ବାର ସନାତନ ସଂସ୍କୃତିକୁ ପୁନର୍ଜୀବିତ କରିବାକୁ ଚାହୁଁଛନ୍ତି | ଏଭଳି ପରିସ୍ଥିତିରେ ଆମେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦାବି କରୁଛୁ ଯେ ଏହାକୁ ଦକ୍ଷିଣା ଭାବି ଅନୁମତି ଦିଆଯାଉ। ସୂଚନା ଥାଉ କି ଯେ ଅଶୋକ ଦ୍ୱିବେଦୀ କାଶୀ ବିଶ୍ୱନାଥ ମନ୍ଦିରର ଅନ୍ୟତମ ଜଣେ ମୁଖ୍ୟ ପୂଜକ ହୋଇଥିବାବେଳେ ବାରଣାସୀ ଗଲେ ସିଏ ମୋଦୀଙ୍କର ପୁରୋହିତ ସାଜି ପୂଜା କରାଇଥାନ୍ତି |

ସମ୍ବନ୍ଧିତ ଖବର