ସୋନିଆଙ୍କୁ ଭେଟିଲେ ଲାଲୁ-ନୀତୀଶ: ଜାତୀୟସ୍ତରରେ ବିଜେପି ବିରୋଧୀ ମହାମେଣ୍ଟ ନେଇ ଆଲୋଚନା

କଂଗ୍ରେସ ସଭାପତି ନିର୍ବାଚନ ପରେ ରଣନୀତି ଚୂଡ଼ାନ୍ତ ହେବ

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସନ୍ଧ୍ୟାରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଜାତୀୟସ୍ତରରେ ବିଜେପି ବିରୋଧୀ ମହାମେଣ୍ଟ ନେଇ ଲାଲୁ-ନୀତୀଶ ସୋନିଆଙ୍କ ସହ ଆଲୋଚନା କରିଥିବା ବେଳେ ଖୁବ୍‌ଶୀଘ୍ର ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ନେଇ ବୈଠକ ଆୟୋଜନ କରାଯିବାକୁ ଯୋଜନା ହୋଇଛି। କଂଗ୍ରେସ ସଭାପତି ନିର୍ବାଚନ ପରେ ଏ ବାବଦ ରଣନୀତି ଚୂଡ଼ାନ୍ତ କରିବା ପାଇଁ ବୈଠକ ଆୟୋଜନ କରିବାକୁ ସୋନିଆ ଲାଲୁ-ନୀତୀଶଙ୍କୁ କହିଛନ୍ତି। ସୋନିଆଙ୍କ ସହ ସାକ୍ଷାତ ପରେ ଲାଲୁ କହିଛନ୍ତି ଯେ ବିଜେପିକୁ ହଟାଇବା ଏବଂ ଦେଶ ବଞ୍ଚାଇବା ଏବେ ବିରୋଧୀ ଦଳମାନଙ୍କର ମୂଳ ଲକ୍ଷ୍ୟ। ବିରୋଧୀ ଦଳମାନଙ୍କୁ ଏକଜୁଟ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ଜାରି ରହିବ ବୋଲି ଲାଲୁ କହିଛନ୍ତି।

ସମ୍ବନ୍ଧିତ ଖବର