ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ଆଣ୍ଡାମାନର ୨୧ଟି ଦ୍ବୀପ

ନୂଆଦିଲ୍ଲୀ : ଦେଶର ବାସ୍ତବ ଜୀବନର ନାୟକମାନଙ୍କୁ ଉପଯୁକ୍ତ ସମ୍ନାନ ଦେବା ପାଇଁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ନାମକରଣ ହୋଇ ନଥିବା ୨୧ଟି ବଡ଼ ଦ୍ବୀପର ନାମ ୨୧ ଜଣ ପରମ ବୀର ଚକ୍ର ବିଜେତାଙ୍କ ନାମରେ ନାମିତ କରାଯାଇଛି। ପ୍ରଥମ ପରମ ବୀର ଚକ୍ର ପୁରସ୍କାର ବିଜେତାଙ୍କ ନାମରେ ସବୁଠୁ ବଡ଼ ଦ୍ବୀପର ନାମକରଣ ହୋଇଥିବାବେଳେ ଦ୍ବିତୀୟ ବଡ଼ ଦ୍ବୀପର ନାମ ଦ୍ବିତୀୟ ପରମ ବୀର ଚକ୍ର ପୁରସ୍କାର ବିଜେତାଙ୍କ ନାମରେ ହୋଇଛି।
ଏହି ଧାରାରେ ୨୧ଟି ଦ୍ବୀପର ନାମକରଣ ହୋଇଛି। ଭାରତର ସାର୍ବଭୌମତା ଏବଂ ସଂହତି ରକ୍ଷା କରିବା ଦିଗରେ ଏମାନଙ୍କର ଅତୁଳନୀୟ ଯୋଗଦାନ ରହିଛି।

ଦ୍ବୀପଗୁଡ଼ିକ ଯେଉଁମାନଙ୍କ ନାମରେ ନାମିତ ହୋଇଛି ସେମାନେ ହେଲେ ମେଜର ସୋମନାଥ ଶର୍ମା, ସୁବେଦାର ତଥା ଅବୈ‌ତନିକ କ୍ୟାପଟେନ (ତତ୍କାଳୀନ ଲାନ୍ସ ନାୟକ) କରମ ସିଂହ, ସେକେଣ୍ଡ ଲେଫ୍ଟନାଣ୍ଟ ରାମ ରାଘବ ରାଣେ, ନାୟକ ଜଗନ୍ନାଥ ସିଂହ, କମ୍ପାନି ହାବିଲଦାର ମେଜର ପୀରୁ ସିଂହ, କ୍ୟା‌ପଟେନ ଜିଏସ୍‌ ସାଲେରିଆ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଧନ ସିଂହ ଥାପା, ସୁବେଦାର ଯୋଗୀନ୍ଦର ସିଂହ, ମେଜର ସୈତାନ ସିଂହ, ସିକ୍ୟୁଏମଏଚ. ଅବଦୁଲ ହମିଦ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର୍ଡେସିର ବୁରଜୋର୍‌ଜୀ ତାରାପୋର, ଲାନ୍‌ସ ନାୟକ ଆଲବର୍ଟ ଏକ୍କା, ମେଜର ହୋଶିୟାର ସିଂହ, ‌ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳ, ଫ୍ଲାଇଂ ଅଫିସର ନିର୍ମଳଜିତ ସିଂହ ଶେଖୋଁ, ମେଜର ରାମସ୍ବାମୀ ପରମେଶ୍ବରନ, ନାଏବ ସୁବେଦାର ବନା ସିଂହ, କ୍ୟାପଟେନ ବିକ୍ରମ ବାତ୍ରା, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ସୁବେଦାର ମେଜର ସଂଜୟ କୁମାର, ସୁବେଦାର ମେଜର ରିଟାୟାର୍ଡ ଗ୍ରେନେଡିୟର ଯୋଗେନ୍ଦ୍ର ସିଂହ ଯାଦବ।

ସମ୍ବନ୍ଧିତ ଖବର