‘ଏମ୍‌ବିବିଏସ୍‌’ ଡିଗ୍ରି ନେଇ ଘରକୁ ଫେରୁଥିଲେ ଡାକ୍ତରୀ ଛାତ୍ର: ସର୍ପ ଦଂଶନରେ ହେଲା ମୃତ୍ୟୁ

ବେଙ୍ଗାଲୁରୁ: ବୁଧବାର ରାତିରେ ସମାବର୍ତ୍ତନ ଉତ୍ସବରୁ ‘ଏମ୍‌ବିବିଏସ୍‌’ ଡିଗ୍ରି ଗ୍ରହଣ କରି ରୁମ୍‌କୁ ଫେରୁଥିବା ବ‌େଳେ ସର୍ପ ଦଂଶନ ଯୋଗୁଁ ଜଣେ ୨୧ ବର୍ଷିୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ବେଙ୍ଗାଲୁରୁଠାରୁ ୮୦ କିଲୋମିଟର୍‌ ଦୂର ତୁମକୁରୁ ଉପକଣ୍ଠରେ ଅବସ୍ଥିତ ‘ଶ୍ରୀ ସିଦ୍ଧାର୍ଥ ମେଡିକାଲ୍‌ କଲେଜ୍‌’ (ଏସ୍‌ଏସ୍‌ଏମ୍‌ସି) କ୍ୟାମ୍ପସ୍‌ରେ ଘଟିଛି। ମୃତ ଡାକ୍ତରୀ ଛାତ୍ର ହେଉଛନ୍ତି କେରଳର ତ୍ରିସୁର ନିବାସୀ ଅଦିତ ବାଳକୃଷ୍ଣନ୍‌।

ତୁମକୁରୁ ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି, ସମାବର୍ତ୍ତନ ଉତ୍ସବରୁ ଫେରିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ସିଦ୍ଧାର୍ଥ ଗୋଟାଏ ବିଷଧର ସର୍ପ ଦଂଶି ଦେଲା। ଘଟଣାଟି ତାଙ୍କ ରୁମ୍‌ ନିକଟରେ ଥିବା ପାର୍କିଙ୍ଗ୍‌ସ୍ଥଳରେ ଘଟିଛି। ସେତେବେଳେ ସିଦ୍ଧାର୍ଥଙ୍କ ସଙ୍ଗରେ ମାଆ ଓ ଅନ୍ୟାନ୍ୟ ଆତ୍ମୀୟମାନେ ଥିଲେ। କିନ୍ତୁ, ତାଙ୍କୁ ସାପ କାମୁଡ଼ି ଥିବା କଥା କେହି ଜାଣି ପାରି ନ ଥିଲେ।

Image Courtesy of The Times of India

ରୁମ୍‌ରେ ପହଞ୍ଚିବା ପରେ ସେ ପଡ଼ିଯିବାରୁ ତୁରନ୍ତ ତାଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଗଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ଦେହରେ ଦନ୍ତାଘାତ କ୍ଷତ ଓ ରକ୍ତରେ ଉତ୍କଟ ବିଷ ଥିବା କଥା ବ୍ୟବ‌ଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ଏହାର କିଛି ସମୟ ପୂର୍ବରୁ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ‘ଏମ୍‌ବିବିଏସ୍‌’ ଡିଗ୍ରି ପ୍ରଦାନ କରାଯାଇଥିଲା। ଉକ୍ତ ସମାବର୍ତ୍ତନ ଉତ୍ସବରେ କଂଗ୍ରେସ ସାଂସଦ ଶଶୀଥରୁର୍‌  ଓ ‘ଏସ୍‌ଏଏଚ୍‌ଇ’ କୁଳପତି ଓ ଗୃହମନ୍ତ୍ରୀ ଜି. ପରମେଶ୍ବର ଯୋଗ ଦେଇଥିଲେ।

‘ଏସ୍‌ଏସ୍‌ଏମ୍‌ସି’ର ଉପାଧ୍ୟକ୍ଷ ଡାକ୍ତର ପ୍ରଭାକରନ୍‌ ଜି. ଏନ୍‌. କହିଛନ୍ତି, ଅଦିତ ଥିଲା ଉତ୍ତମ ଛାତ୍ର। ଦୁଃଖର ବିଷୟ ଠିକ୍‌ ସମୟରେ ସେ ଡାକ୍ତରଖାନାରେ ପହଞ୍ଚି ପାରିଲା ନାହିଁ।

ସମ୍ବନ୍ଧିତ ଖବର