ସ୍ମାର୍ଟଫୋନ କିଣିବାକୁ  ନିଜ ରକ୍ତ ବିକ୍ରି କରିବାକୁ ପହଞ୍ଚିଗଲା ନାବା​ଳିକା

କୋଲକାତା : ସ୍ମାର୍ଟଫୋନ ପାଇଁ ଆଜିର ଯୁବପିଢି ଏକରକମ ପାଗଳପ୍ରାୟ ହୋଇଗଲେଣି । ଗୋଟିଏ ସ୍ମାର୍ଟଫୋନ କିଣିବାକୁ ପାଖରେ ଅର୍ଥ ନଥିବାରୁ ପଶ୍ଚିମବଙ୍ଗର ଜଣେ ନାବାଳିକା ଏପରି ଏକ ପଦକ୍ଷେପ ନେଲା ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅର୍ଥ ଯୋଗାଡ଼ ପାଇଁ ଉକ୍ତ ନାବାଳିକା ନିଜ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଥିବା ବ୍ଲଡବ୍ୟାଙ୍କକୁ ରକ୍ତ ବିକ୍ରିକରିବାକୁ ପଳାଇଯାଇଥିଲା ।

ତେବେ ଡାକ୍ତରଖାନା  କର୍ତ୍ତୃପକ୍ଷ ସମୟ ଥାଉ ଥାଉ ଘଟଣା ସଂପର୍କରେ ଅବଗତ ହେବା ସହ ସଂପୃକ୍ତ ନାବାଳିକାକୁ ରକ୍ତ ଦେବାରୁ ଅଟକାଇଥିଲେ । ଏ ସଂପର୍କରେ ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷ ଚାଇଲ୍ଡଲାଇନ ଇଣ୍ଡିଆକୁ ସୂଚନା ଦେଇଛନ୍ତି ।  ବାଳିକାକୁ ତା ପିତାମାତାଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)ର ପରାମର୍ଶ ନିଆଯାଇଛି ।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ନାବାଳିକା ଜଣକ ତାଙ୍କ ରକ୍ତ ବିକ୍ରୟ କରିବାକୁ ଚାହୁଁଥିବାର ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ଅନୁଯାୟୀ, ଅକ୍ଟୋବର ୧୭ ରେ ପାଠ ପଢିବାର ବାହାନା କରି ନାବାଳିକା ଜଣକ ଘରୁ ବାହାରିଥିଲା, କିନ୍ତୁ ସାଇକେଲକୁ ବସଷ୍ଟାଣ୍ଡରେ ଛାଡି ଦେଇଥିଲା। ଏହା ପରେ ସେ ତପନରୁ ଏକ ବସରେ ବସି ବାଲୁରଘାଟର ଜିଲ୍ଲା ହସପିଟାଲକୁ ଯାଇଥିଲା ।

ନାବାଳିକାର ପିତାମାତା ବି ନିଜ ଝିଅର ଏପରି କାରନାମା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର