ମୋଦୀ ଦେଉଛନ୍ତି ମାଗଣା ମୋବାଇଲ ସହିତ ୩ ବର୍ଷର ଅସୀମିତ ଡାଟା !: ସାବଧାନ ନ ହେଲେ ଆକାଉଣ୍ଟ ନିମିଷକେ ଖାଲି କରିବେ ହ୍ୟାକର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଶନିବାର ଦିନ ନିର୍ବାଚନ ଆୟୋଗ ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ ଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଏକ ଖବର ମଧ୍ୟ ଶୀଘ୍ର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ମାଗଣା ସ୍ମାର୍ଟଫୋନ୍ ଏବଂ ତିନି ବର୍ଷ ପାଇଁ ଅସୀମିତ ଡାଟା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଏପରି କରି ହ୍ୟାକରମାନେ ୟୁଜର୍ସଙ୍କ ମୋବାଇଲ୍ ହ୍ୟାକ୍ କରିବାର ଷଡ଼ଯନ୍ତ୍ର ରଚିଛନ୍ତି। ଏହି ଖବର ସଂପୂର୍ଣ୍ଣ ମିଥା। ବିଶେଷ କଥା ହେଉଛି ଅନେକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଏହି ଖବର ସେୟାର କରୁଛନ୍ତି । ବାସ୍ତବରେ, ଏହି ସମଗ୍ର ବିଷୟ ଏକ ଠକେଇ ରାକେଟ ଦ୍ବାରା କରାଯାଉଛି । ଲୋକଙ୍କୁ ଠକିବା ପାଇଁ ଏହା କରାଯାଉଛି । ହ୍ୟାକରମାନେ ମଧ୍ୟ ଲୋକଙ୍କୁ ଲିଙ୍କ୍ ପଠାଉଛନ୍ତି, ଯେଉଁଥିରେ କ୍ଲିକ୍ କରି ସେମାନଙ୍କୁ ପଞ୍ଜିକରଣ କରିବାକୁ କୁହାଯାଉଛି । ଲିଙ୍କ୍ କ୍ଲିକ୍ କରିବାବେଳେ, ଏହା ୟୁଜର୍ସଙ୍କୁ ଏକ ଥାର୍ଡ ପାର୍ଟି ଲିଙ୍କକୁ ନେଇ ଯାଉଛି । ଯେଉଁଠାରେ ଡାଟା ହ୍ୟାକ୍ ହୋଇଥାଏ । ବ୍ୟାଙ୍କ ଆକାଉଣ୍ଟ ସୂଚନା ମଧ୍ୟ ଲୋକଙ୍କଠାରୁ ନିଆଯାଉଛି। ‌ଯଦି ଆପଣ ଏହିପରି କୌଣସି ଲିଙ୍କ୍ ଦେଖନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ ନାହିଁ। ନ ହେଲେ ନିମିଷକେ ବ୍ୟାଙ୍କ ଆକାଉଣ୍ଟ ଖାଲି ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର