ରେଖା ତୁମେ ଶକ୍ତିସ୍ୱରୂପା, ସନ୍ଦେଶଖାଲି ପୀଡିତା ତଥା ବିଜେପି ପ୍ରାର୍ଥୀଙ୍କୁ ଏଭଳି କହିଲେ ମୋଦୀ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାର ପୀଡିତା ତଥା ବିଜେପି ପ୍ରାର୍ଥୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୀଡିତା ତଥା ପ୍ରାର୍ଥୀ ରେଖା ପାତ୍ରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି | ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶକ୍ତିସ୍ୱରୂପା ବୋଲି କହିବା ସହ ନିର୍ବାଚନ ପ୍ରସ୍ତୁତି ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ। ସୂଚନା ଅନୁଯାୟୀ, ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରେଖା ପାତ୍ରଙ୍କୁ ପଚାରିଥିଲେ ଯେ ତାଙ୍କ ନିର୍ବାଚନ ପ୍ରଚାର ସ୍ଥାନୀୟ ସ୍ତରରେ କିପରି ଚାଲିଛି, କେଉଁ ପ୍ରକାର ପ୍ରସ୍ତୁତି ଚାଲିଛି, ସେ କେଉଁ ପ୍ରକାର ସମର୍ଥନ ପାଇଛନ୍ତି ଏବଂ ସମସ୍ତଙ୍କୁ ଦୃଷ୍ଟିରେ ରଖି ସେ କଣ କରିବେ? | ବାର୍ତ୍ତାଳାପ ସମୟରେ ରେଖା ପାତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ସନ୍ଦେଶଖାଲି ଅଞ୍ଚଳର ମହିଳାମାନଙ୍କୁ କିପରି ଅତ୍ୟାଚାର ଏବଂ ତିକ୍ତ ଅନୁଭୂତିର ସମ୍ମୁଖୀନ ହେବାକୁ ପଡିଥିଲା ।

ଏହି ଲୋକସଭା ନିର୍ବାଚନରେ ​​ବିଜେପି ପଶ୍ଚିମବଙ୍ଗର ବସୀରହାଟ ଆସନରୁ ରେଖା ପାତ୍ରଙ୍କୁ ପ୍ରାର୍ଥୀ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ଏହି ଆସନରୁ ପୂର୍ବତନ ସାଂସଦ ହାଜି ନୁରୁଲ ଇସଲାମଙ୍କୁ ଟିକେଟ୍ ଦେଇଛି | ଦଳ ଏହି ଆସନରୁ ସାଂସଦ ଥିବା ନୁସରତ ଜାହାନଙ୍କ ଟିକେଟ୍ କାଟିଦେଇଛି । ବାସ୍ତବରେ ମାର୍ଚ୍ଚ ୨୪, ୨୦୨୪ରେ ଆସିଥିବା ବିଜେପିର ପଞ୍ଚମ ପ୍ରାର୍ଥୀ ତାଲିକାରେ ରେଖାଙ୍କ ନାମ ଥିଲା। ସେ ସନ୍ଦେଶଖାଲିରେ ମହିଳା ଆନ୍ଦୋଳନର ଚେହେରା ପାଲଟିଥିବା ବେଳେ ତାଙ୍କୁ ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବସୀରହାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ କରାଯାଇଛି। ମାର୍ଚ୍ଚ ୬, ୨୦୨୪ ରେ ରାଜ୍ୟର ବାରାସତରେ ମହିଳା ସଶକ୍ତିକରଣ ଉପରେ ବିଜେପି ଦ୍ୱାରା ଆୟୋଜିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସନ୍ଦେଶଖାଲିରେ ଘଟିଥିବା ଘଟଣାରେ ସମସ୍ତେ ଲଜ୍ଜିତ କିନ୍ତୁ ଟିଏମସି ଏବଂ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଉଲ୍ଲେଖ ଥାଉ କି ବିଜେପି ଏପର୍ଯ୍ୟନ୍ତ ୪୨ଟି ସିଟ୍ ମଧ୍ୟରୁ ୩୮ଟିରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ସମ୍ବନ୍ଧିତ ଖବର